ବିଳମ୍ବିତ ରାତିରେ ଗଛରେ ପିଟି ହେଲା ବାଇକ୍, ଜଣେ ମୃତ, ଅନ୍ୟଜଣେ ଗୁରୁତର

Published By : Prameya-News7 Bureau | May 13, 2022 IST

କରଞ୍ଜିଆ, ୧୩/୦୫: ମୟୁରଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ନେଡୁଆପାଳ ନିକଟରେ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଗଛରେ ଏକ ବାଇକ ପିଟି ହୋଇଯିବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିବାରୁ ଗୁରୁତର ବ୍ୟକ୍ତିଙ୍କୁ   କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ମୃତ ବ୍ୟକ୍ତି ଜଣକ କରଞ୍ଜିଆ ଥାନା ଅନ୍ତର୍ଗତ ଝଲକିଆଣି ଗାଁର ବିକାସ ନାଏକ ବୋଲି ଜଣା ପଡିଥିବା ବେଳେ ଗୁରୁତର ବ୍ୟକ୍ତି ଜଣକ ଘର ଝାଡ଼ଖଣ୍ଡ ରାଜ୍ୟର ମଝିଙ୍ଗା ଥାନା ଅନ୍ତର୍ଗତ କୁଳିପୋଷି ଗାଁର ଅବିନାଶ ନାଏକ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ କରଞ୍ଜିଆ ପୋଲିସ ପହଁଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.