ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ୨ ଜୀବନ

Published By : Prameya-News7 Bureau | November 07, 2022 IST

କରଞ୍ଜିଆ, ୦୭/୧୧: କରଞ୍ଜିଆ-ଆନନ୍ଦପୁର ରୋଡ଼ ପଟବିଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ବାଇକ୍‌ ଗଛରେ ପିଟି ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ୨ ଜଣ କରଞ୍ଜିଆ ଥାନା ବିଶିପୁର ଗାଁର ଅର୍ଜୁନ ସୋରେନ ଓ ଶ୍ୟାମ ମୁର୍ମୁ ବୋଲି ଜଣାପଡ଼ିଛି । ସେମାନେ କୌଣସି କାର୍ଯ୍ୟରେ କରଞ୍ଜିଆ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଉଭୟଙ୍କୁ ୧୦୮ ଯୋଗେ କରଞ୍ଜିଆ ମେଡିକାଲକୁ ଅଣା ଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.