Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରଲର୍‌, ଭାଇ-ଭଉଣୀ ମୃତ, ଭାଣିଜୀ ଗୁରୁତର

28/09/2022 at 6:08 PM

ଝାରସୁଗୁଡା,୨୮/୦୯: ଦୁର୍ଘଟଣାରେ ଭାଇ-ଭଉଣୀ ମୃତ । ଝାରସୁଗୁଡା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବସନ୍ତ ବିହାର ଛକରେ ଟ୍ରଲର ଧକ୍କାରେ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିବା ବେଳେ ୪ ମାସର ଭାଣିଜୀ ଗୁରୁତର ହୋଇଛି । ମୃତକମାନେ ଛୁଆଲିବେର୍ଣ୍ଣା ଗ୍ରାମର ଅଞ୍ଜଳି ସାହୁ ଓ ତାଙ୍କ ଭାଇ ରୁପେଶ ସାହୁ ବୋଲି ସୂଚନା ମିଳିଛି । ଆହତ ଶିଶୁଟି ଅଞ୍ଜଳିଙ୍କ ୪ ମାସର ଝିଅ l

ସୂଚନା ଅନୁଯାୟୀ ଅଞ୍ଜଳି ଓ ତାଙ୍କ ଭାଇ ଏକ ବାଇକ୍‌ ଯୋଗେ ନିଜ ଗାଁ ଛୁଆଲିବେର୍ଣ୍ଣାକୁ ଆସୁଥିବାବେଳେ ବଡ଼ମାଲ ବସନ୍ତବିହାର ଛକ ନିକଟରେ ସମ୍ବଲପୁର ପଟୁ ସୁନ୍ଦରଗଡ଼ ଆଡ଼କୁ ଦ୍ରୁତଗତିରେ ଯାଉଥିବା ଏକ ଟ୍ରେଲର ତାଙ୍କୁ ଧକ୍କା ଦେଇଥିଲା l ସ୍ଥାନୀୟ ଲୋକେ ଉଦ୍ଧାର କରି ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାବେଳେ ସେଠାରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଛି ଏବଂ ବୁର୍ଲା ମେଡିକାଲରେ ଅଞ୍ଜଳିଙ୍କ ଭାଇ ରୁପେଶଙ୍କର ମୃତ୍ୟୁ ହୋଇଛି l ଅନ୍ୟପଟେ ଆହତ ଶିଶୁ ଚିକିତ୍ସାଧୀନ ଥିବା ଜଣାପଡିଛି l

   Related Posts