ଛିଡ଼ା ହୋଇଥିବା ଟିପର୍‌କୁ ପଛପଟୁ ପିଟିଲା ବାଇକ୍‌, ଜଣେ ମୃତ, ୨ଜଣ ଗୁରୁତର

Published By : Prameya-News7 Bureau | June 27, 2022 IST

ବଡ଼ବିଲ୍‌, ୨୭/୦୬: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟିପର ପଛରେ ଏକ ବାଇକ୍ ପିଟି ହୋଇଯାଇଥିବା ଜଣାପଡ଼ିଛି । ଫଳରେ ଜଣେଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସନ୍ଧ୍ୟା ପ୍ରାୟ ୭.୪୫ ମିନିଟରେ ଯୋଡ଼ା ଥାନା ଅନ୍ତର୍ଗତ ଏନ୍‌ଏଚ୍‌ ୫୨୦ କଣ୍ଡରା ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ୨ ଗୁରୁତରଙ୍କୁ ନିକଟସ୍ଥ ବାସୁଦେବପୁର ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଚମ୍ପୁଆ, ମାରସୁଆଁ ଗାଁର ୩ଜଣ ଯୁବକ ଏକ ବାଇକରେ ଯୋଡ଼ା ବନେଇକଳା ଅଞ୍ଚଳକୁ ଯାଉଥିଲେ । ତେବେ କଣ୍ଡରା ନିକଟରେ ଦ୍ରୁତ ଗତିରେ ଯାଇ ରାସ୍ତା କଡ଼ରେ ଠିଆ ହେଇଥିବା ଏକ ଟିପର ପଛରେ ପିଟି ହୋଇଥିଲେ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କର ସଠିକ୍ ପରିଚୟ ମିଳିପାରିନାହିଁ।

ସୂଚନା ଥାଉକି, ଏହି ରୁଟରେ ନୋ ଏଣ୍ଟ୍ରି ସମୟରେ ବହୁସଂଖ୍ୟାରେ ଟ୍ରକ୍, ଟିପର ଆଦି ରାସ୍ତା କଡ଼ରେ ବେଆଇନ ପାର୍କିଂ କରିଥାଆନ୍ତି । ଯାହାଫଳରେ ବିଭିନ୍ନ ସମୟରେ ଏହିପରି ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣହାନୀ ଘଟୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.