WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହିଟ୍‌ ଆଣ୍ଡ ରନ୍‌ ମାମଲା, ଗାଡି ମାଲିକ ବିକାଶ ପାଲ୍‌ ଗିରଫ

3/10/2023 at 3:14 PM

Vikas Pal

ଭୁବନେଶ୍ୱର ୦୩।୧୦ : ଭୁବନେଶ୍ୱର ଏଜି ଛକରେ ହିଟ୍‌ ଆଣ୍ଡ ରନ୍‌ ମାମଲା । ଦୁର୍ଘଟଣା ଘଟାଇଥିବା କାର୍‌ ମାଲିକ ଗିରଫ । କାର୍‌ ମାଲିକ ବିକାଶ ପାଲ୍‌ଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଆଠଗଡ଼ରୁ ଭୁବନେଶ୍ୱର ଫେରୁଥିବା ବେଳେ ଧରିଲା ପୋଲିସ ।

ଖବର ଅନୁଯାୟୀ, ଗତ ୩ ଦିନ ତଳେ ରାଜମହଲ ଛକରେ ବେପାରୁଆ ଭାବେ ଗାଡି ଚଳାଇଥିଲେ ବିକାଶ ପାଲ୍‌ । ଏହି ସମୟରେ ଫୁଟ୍‌ପାଥ୍‌ରେ ଶୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା । ଯାହାଫଳରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ଆଉ ଜଣେ ମେଡିକାଲରେ ଚିକିତ୍ସା ଚାଲିଛି ।

ତେବେ ଦୁର୍ଘଟଣା ପରଠାରୁ ବିକାଶ ଫେରାର ରହିଥିଲେ । ଏପିରିକି କାର୍‌କୁ ଦୟା ନଦୀରେ ଫିଙ୍ଗି ଫେରାର ମାରିଥିଲା ବିକାଶ । ସେବେଠୁ ବିକାଶଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ । ଶେଷରେ ଆଠଗଡ଼ରୁ ଭୁବନେଶ୍ୱର ଫେରୁଥିବା ବେଳେ ବିକାଶଙ୍କୁ ଧରିଛି ପୋଲିସ ।

Also Read…..

   Related Posts