ଭୁବନ: ଆଜି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବୁଦ୍ଧେଶ୍ବର ମନ୍ଦିର ନିକଟରେ ବିଜୁପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୫୪୪.୯୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଇଣ୍ଡୋର ଷ୍ଟାଡିଅମକୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦଘାଟନ କରିଥିଲେ ।
{"id":912884,"sizeSlug":"full","linkDestination":"none"}ଏହା ଦ୍ବାରା ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ବଢିବ । ଏହି ଉଦଘାଟିତ ଉତ୍ସବରେ ସ୍ତାନୀୟ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ଯୋଗ ଦେବା ସହିତ ପୂର୍ତ୍ତବିଭାଗର ଅଧିକାରୀ ଯୋଗଦେଇଥିଲେ ।
wp:heading {"level":4}