ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଳିଲା ଜାତୀୟ ସ୍କଚ୍ ଆୱାର୍ଡ, ଚିକିତ୍ସା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତା ପାଇଁ ପୁରସ୍କୃତ

Published By : Prameya-News7 Bureau | February 13, 2024 IST

ଭୁବନେଶ୍ୱର ୧୩।୨: ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାତୀୟ ସ୍କଚ୍ ଆୱାର୍ଡ଼ – ୨୦୨୩ ର ସ୍ଵର୍ଣ୍ଣ ପଦ ହାସଲ କରିଛି । ଏଥିପାଇଁ ସ୍କଚ୍ ଆୱାର୍ଡ଼ କର୍ତ୍ତୃପକ୍ଷଙ୍କ ଦ୍ଵାରା ନୂଆ ଦିଲ୍ଲୀ ସ୍ଥିତ ସମ୍ଭିଧାନ କ୍ଲବ ହଲରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି (ସାସ୍)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାକ୍ତର ଡି. ବୃନ୍ଦା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ତଥା ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ସ୍କଚ୍ ଆୱାର୍ଡ଼ର ଅଧକ୍ଷ ସମୀର କାଚୁରଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି, ଜାତୀୟ ଓ ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା, ସଫଳତା ଓ ସ୍ବଚ୍ଛତା ପାଇଁ ବି ଏସ୍ କେ ୱାଇକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନବସୃଜନ, ସର୍ବଜନୀନତା, ଉଲ୍ଲେଖନୀୟ ସଫଳତା ଏବଂ ସ୍ଵଚ୍ଛତା ପାଇଁ ବି ଏସ୍ କେ ୱାଇକୁ ଏହି ପୁରସ୍କାରପ୍ରଦାନ କରାଯାଇଛି । ବି ଏସ୍ କେ ୱାଇ ଓଡ଼ିଶାର ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦୃଶ୍ୟମାନ ରୂପାନ୍ତରଣ ଆଣିଛି । ରାଜ୍ୟର ସମସ୍ତ ୧୧୯.୮ ଲକ୍ଷ ପରିବାରର ପ୍ରାୟ ୪.୭୯ କୋଟି ଲୋକଙ୍କୁ ସରକାରୀ ଚିକିତ୍ସାଳୟମାନଙ୍କରେ ଦେୟମୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ରୋଗ ନିର୍ଣ୍ଣୟ ପରୀକ୍ଷା ନିରୀକ୍ଷା ଠାରୁ ଆରମ୍ଭ କରି ସ୍ପେସାଲିଟି ପରାମର୍ଶ ଏବଂ ଔଷଧ ଆଦି ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ଯୋଗାଇ ଦିଆଯାଉଛି ।

{"id":908510,"sizeSlug":"full","linkDestination":"none"}

ଏହାଛଡା ଆର୍ଥିକ ସମ୍ବେଦନଶୀଳ ଓ ଦୁର୍ବଳ ୯୯.୩ ଲକ୍ଷ ପରିବାରର ସମସ୍ତ ୩.୫୬ କୋଟି ସଦସ୍ୟଙ୍କୁ ବି ଏସ୍ କେ ୱାଇ ସ୍ମାର୍ଟ କାର୍ଡ ଯୋଗାଇ ଦିଆଯାଇଛି । ଯାହା ବଳରେ ସେମାନେ ତାଲିକାଭୁକ୍ତ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲମାନଙ୍କରେ ପୂର୍ଣ୍ଣ ଦେୟମୁକ୍ତ ଚିକିତ୍ସା ପାଇପାରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ୧୭ଟି ରାଜ୍ୟରୁ ୮୧୬ ଘରୋଇ ହସ୍ପିଟାଲ ବି ଏସ୍ କେ ୱାଇ ତାଲିକାଭୁକ୍ତ ହୋଇସାରିଲେଣି । ଯୋଜନାର ସ୍ଵଚ୍ଛତା, ଉପଯୁକ୍ତ ଚିକିତ୍ସା ପ୍ୟାକେଜ ଏବଂ ତୁରନ୍ତ ବିଲ ପୈଠ ଆଦି ଯୋଗୁ ଅଧିକରୁ ଅଧିକ ଘରୋଇ ହସ୍ପିଟାଲ ଏଥିରେ ସାମିଲ ହେବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ତଥା ସାସର ଅଧ୍ୟକ୍ଷ ଶାଳିନୀ ପଣ୍ଡିତ ବି ଏସ୍ କେ ୱାଇ ଟିମର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଏହି ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଇବା ସହ ଲୋକମାନଙ୍କୁ ସେବା ପ୍ରଦାନ ଦିଗରେ ସର୍ବଦା ସଜାଗ ଓ ତତ୍ପର ରହିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ବିଏସ୍‌କେୱାଇ ଦ୍ଵିତୀୟ ଥର ପାଇଁ  ଜାତୀୟ ସ୍କଚ୍ ଆୱାର୍ଡ଼ରେ ସ୍ଵର୍ଣ୍ଣ ପଦ ହାସଲ କରିଛି ।  ଏହା ପୂର୍ବରୁ ବି ଏସ୍ କେ ୱାଇକୁ ୨୦୧୯ ବର୍ଷ ପାଇଁ ମଧ୍ୟ ସ୍କଚ୍ ସ୍ଵର୍ଣ୍ଣ ପଦ ମିଳିଥିଲା ।                                     

You Can Read :

wp:embed {"url":"https://www.prameyanews7.com/star-campaigners-of-congress-will-come-to-odisha-for-election-campaign/","type":"wp-embed","providerNameSlug":"prameya-news-7"}
https://www.prameyanews7.com/star-campaigners-of-congress-will-come-to-odisha-for-election-campaign/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.