scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଇପିଏଲ୍ ଢାଞ୍ଚାରେ ବିଜୁ ପ୍ରିମିୟର ଲିଗ୍‌ ଆରମ୍ଭ, ପ୍ରଥମ ମ୍ୟାଚରେ ହାଟଡିହି ହିରୋଜକୁ ହରାଇଲା ବାରାଗଡିଆ ପାଓ୍ବାର

4/05/2023 at 11:32 AM

ଆନନ୍ଦପୁର ୦୪।୦୫ : ଆଇପିଏଲ୍‌ ଢାଞ୍ଚାରେ ଆରମ୍ଭ ହେଲା ବିଜୁ ପ୍ରିମିୟର ଲିଗ୍‌ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଷ୍ଟାଡିୟମ୍‌ ପରିସରରେ ବିଜୁ ପ୍ରିମିୟର ଲିଗ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଛି ।

ବିଜୁ ପ୍ରିମିୟର୍ ଲିଗ୍ କମିଟି ଓ ଆନନ୍ଦପୁର କ୍ରୀଡା ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଫ୍ରାଞ୍ଚାଇଜ୍‌ ଆଧାରରେ ୪ଟି ଟିମ୍ ଅଂଶ ଗ୍ରହଣ କରିଛନ୍ତି। ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଦିବସରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥ୍ ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଆନନ୍ଦପୁର କ୍ରୀଡା ସଂସଦ ସମ୍ପାଦକ ନବରଞ୍ଜନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ସିଗନେଚର ସଂଗ ସହିତ ପତାକା ଉତୋଳନ ପରେ ଟୁର୍ଣ୍ଣାମେଣ୍ଟର ଟ୍ରଫି ଉନ୍ମୋଚିତ ହୋଇଥିଲା । ରାତ୍ରୀକାଳୀନ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ହାଟଡିହି ହିରୋଜକୁ ହରାଇ ବାରାଗଡିଆ ପାଓ୍ବାର ବିଜୟ ଲାଭ କରିଛି।

   Related Posts