ବିଜେଡିର ମଙ୍ଗ ସମ୍ଭାଳିବେ ଅରୁଣ ପଟ୍ଟନାୟକ! ଓଡ଼ିଶା ଗସ୍ତକୁ ନେଇ ବଢିଲା ଚର୍ଚ୍ଚା

Published By : Prameya-News7 Bureau | June 08, 2024 IST

ଭୁବନେଶ୍ୱର ୦୮/୦୬ : ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ଓଡ଼ିଶା ଆସିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । 

ଅନେକ ଚର୍ଚ୍ଚା ବେଳେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନ ବିଜେଡି ରାଜନୀତିକୁ ଉଷ୍ମ କରିଦେଇଛି । ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । 

ସୂଚନା ଥାଉକି, ନବୀନ ନିବାସରେ ଅରୁଣ ପଟ୍ଟନାୟକ । ଏହି ଖବର ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ରାଜନୀତିରେ ହଟଚମଟ ଖେଳାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ । 

ସୂତ୍ର ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ଅରୁଣ ଭୁବନେଶ୍ୱରରେ ପହଞ୍ଚିଥିଲେ । ସେ ସିଧା ନବୀନ ନିବାସ ଯାଇଥିଲେ । ଏହି ସମୟରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ । 

କିଛି ସମୟ ପରେ ନବୀନ ନିବାସରୁ ଫେରିଥିଲେ ପାଣ୍ଡିଆନ ଓ ପ୍ରଣବ । ହେଲେ ଅରୁଣ ନବୀନ ନିବାସରେ ରହିଥିବା ଜଣାପଡ଼ିଛି । ନିର୍ବାଚନରେ ବିଜେଡିର ପରାଜୟ ପରେ ଅରୁଣଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ମହଲରେ ନାନା ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.