କଟକ ୨୪/୦୭: ବନ୍ଦ୍ ହୋଇ ପଡିଥିବା କଟକ ବିଜୁ ପଟ୍ଟନାୟକ ପାର୍କ ନବୀକରଣ କାର୍ଯ୍ୟର ତଦାରଖ କରିଛନ୍ତି କଟକ ମେୟର ଓ ସିଡିଏର ଅଧିକାରୀ ମାନେ । କାମ ଏକ ପ୍ରକାରର ବନ୍ଦ ହୋଇ ପଡ଼ିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଆଜି ତଦାରଖ କରାଯିବା ସହ ଏକ ମାସ ମଧ୍ୟରେ ପାର୍କ ଖୋଲା ଯିବା ନେଇ କହିଛନ୍ତି ମେୟର।
କହିବାକୁ ଗଲେ ନବେ ଦଶକରେ କଟକିଆ ମାନଙ୍କର ଏକଦା ମନୋରଞ୍ଜନ ର ଖୋରାକ ଯୋଗାଇଥିବା ବିଜୁପଟ୍ଟନାୟକ ପାର୍କର ହେଉଛି ନବ କଳେବ। କଟକ ସିଡିଏ ସେକ୍ଟର ୧୧ ରେ ଥିବା ବିଜୁ ପଟ୍ଟନାୟକ ପାର୍କ ର ପ୍ରତିଷ୍ଠା କରାଯାଇଥିଲା ୧୯୯୭ ମସିହାର। ସହରର ଗହଳି ରୁ ଟିକିଏ ବାହାରେ ଥିବା ଏହି ପାର୍କ ମନୋରଞ୍ଜନ ସହ ବଣଭୋଜି ପାଇଁ ବେଶ୍ ପସନ୍ଦର ସ୍ଥାନ ପାଲଟିଥିଲା କଟକ ତଥା ଆଖପାଖ ଅଞ୍ଚଳର ଲୋକଙ୍କର ।
ପୂର୍ବରୁ ୨୦୧୦ରେ ଏହାର ନବୀକରଣ କରାଯାଇଥିବା ବେଳେ ପୁନର୍ବାର ଏହାର ପରିସୀମାକୁ ବୃଦ୍ଧି କରାଯାଇ ୨୦୨୩ ମସିହାରେ ନବୀକରଣ କାର୍ଯ୍ୟ କରାଯାଉଛି । ଏଥିପାଇଁ ୨୪ କୋଟି ଟଙ୍କା ବ୍ୟୟ ବରାଦ ରହିଥିବା ବେଳେ ଏପର୍ଯ୍ୟନ୍ତ ସରି ପାରିଲା ନାହିଁ ନିର୍ମାଣ କାର୍ଯ୍ୟ ପୂର୍ବରୁ ମାର୍ଚ୍ଚ ମାସରେ ଶେଷ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ସରି ନାହିଁ।
ଏମିତିକି ପାର୍କ ଭିତରେ ଅନେକ ଜିନିସ ଅଧା ପନ୍ତରିଆ ହୋଇ କାମ ପଡ଼ି ରହିଛି। ଅନେକ ସ୍ଥାନରେ ଦୋଳି ଭାଙ୍ଗି ଯାଇଛି ତ ଘାସ ଦୁଇଫୁଟ ଉଠି ଗଲାଣି। ହେଲେ ଆଜି କଟକ ସିଏମ୍ସି ମେୟର ଅନ୍ୟ ସିଡିଏ ଅଧିକାରୀ ଓ ବୁଦ୍ଧିଜୀବୀ ମାନଙ୍କ ସହ ପାର୍କରେ ପହଞ୍ଚି ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ।
ଆଜି ମେୟର ଓ ବିଭାଗୀୟ ଅଧିକାରୀ ଅଧିକାରୀ ମାନଙ୍କ ସହ ସ୍ଥାନୀୟ ବାସିନ୍ଦା, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନେ ମଧ୍ୟ ପାର୍କ ମଧ୍ୟରେ ପହଂଚି ଆଲୋଚନା କରିଥିଲେ। ଯେହେତୁ ଏହି ପାର୍କ ରେ ଶତାଧିକ ଲୋକ ଚାଲିବାକୁ ଆସନ୍ତି ତେଣୁ ପାର୍କ ର କାର୍ଯ୍ୟ ଏପର୍ଯ୍ୟନ୍ତ ସରି ନଥିବା କାରଣରୁ ଅନେକ ଅସୁବିଧା ହେଉଛି। ତେଣୁ ଶୀଘ୍ର ପାର୍କ ଜନ ସାଧାରଣ ଙ୍କ ପାଇଁ ଖୋଲିବା ପାଇଁ ଆଶା ବାଦି ଅଛନ୍ତି ସ୍ଥାନୀୟ ବାସିନ୍ଦା।