କୁଜଙ୍ଗରେ ବିଜୁ ମହିଳା ଜନତା ଦଳର ବିଶାଳ ସମାବେଶ ; ଶତାଧିକ ମହିଳା ସାମିଲ
30/09/2018 at 3:39 PM

ପାରାଦୀପ ୩୦/୯ : ବିଜୁ ମହିଳା ଜନତା ଦଳ ପାରାଦୀପ ନିର୍ବାଚନ ମଣ୍ଡଳୀ ପକ୍ଷରୁ କୁଜଙ୍ଗ ବ୍ଲକ ପଡିଆ ଠାରେ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ ଶତାଧିକ ମହିଳା ସାମିଲ ହେବା ସହ ରାଜ୍ୟ ନେତୃବର୍ଗ ସାମିଲ ହେବାର ସୂଚନା ରହିଛି। ତେବେ ପାରାଦୀପ ବିଧାୟକ ଦାମୋଦର ରାଉତ ଦଳରୁ ବହିଷ୍କୃତ ହେବା ପରେ ଏହା ହେଉଛି ତାଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରଥମ ସମାବେଶ। କେତେକ ଦାମ ଅନୁଗତ ଏଥିରେ ଦଳକୁ ସମର୍ଥନ ଜଣାଇ ସାମିଲ୍ ହେବାର ଦେଖା ଦେଇଛି। ତେବେ ଏହି ସମାବେଶ ରେ ରାଜ୍ୟ ବିଜୁ ମହିଳା ସଭାନେତ୍ରୀ ପ୍ରମିଳା ମଲ୍ଲିକ, ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ଜଗତସିଂହପୁର ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ, ସାଂସଦ କୂଳମଣି ସାମଲ, ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ, ଏରସମା ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଛନ୍ତି।