ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଲେ ନୀଳଗିରି ବିଧାୟକ, ସଫେଇ ଅଭିଯାନରେ ସାମିଲ

Published By : Prameya-News7 Bureau | April 17, 2024 IST

ନୀଳଗିରି ୧୭/୪:ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିଛନ୍ତି ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ । ସହରର ବାଇପାସ ରୋଡରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସଫେଇ ଅଭିଯାନରେ ସାମିଲ ହୋଇଥିଲେ । ପରେ ପୋଡାଶୂଳ ନିକଟରେ ସମାବେଶର ଆୟୋଜନ କରାଯାଇଥିଲା ।  

ବିଧାୟକ ସୁକାନ୍ତ ବିଜେପିରେ ଥିବା ସମୟରେ ଯେମିତି ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ଧୁମଧାମରେ ପାଳନ କରୁଥିଲେ ଏବେ ବିଜେଡିରେ ଯୋଗଦେବା ପରେ ଉତ୍ସବକୁ ଧୁମଧାମରେ ପାଳନ କରିଛନ୍ତି । କାର୍ଯ୍ୟକ୍ରମରେ ବିଜେଡି ଏନଏସି ସଭାପତି ରବୀନ୍ଦ୍ର ପରିଡା,ବିଜେଡି ନେତା ଗଙ୍ଗାଧର ମିଶ୍ର,ଉପେନ୍ଦ୍ର ଦାସ,ରାଧାଗୋବିନ୍ଦ ଖଟୁଆ,କାଉନସିଲର କମଳା ପରିଡା,ରାଜୀବ ଦାସବାବୁଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ଥିଲେ।

You Can Read: ନିର୍ବାଚନ ପୂର୍ବରୁ ସୀମାନ୍ତରେ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.