ବହୁ ପ୍ରତୀକ୍ଷା ପରେ ଭୁବନେଶ୍ୱରରେ ପହଞ୍ଚିଲା ଡାକୋଟା; ବିଜୁ ବାବୁଙ୍କ ଜନ୍ମ ମାଟିରେ ବିମାନ ପାଇଁ ଜମିଲା ପ୍ରବଳ ଭିଡ଼

Published By : Prameya-News7 Bureau | January 18, 2023 IST

ଭୁବନେଶ୍ୱର I କଟକ ୧୮/୦୧: ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ଭୁବନେଶ୍ୱରରେ ଆସି ପହଞ୍ଚିଛି। ଏହି ବିମାନର ବିଭିନ୍ନ ଅଂଶ ୩ଟି ଟ୍ରେଲରରେ ବୋଝେଇ ହୋଇ କୋଲକାତାରୁ ଓଡ଼ିଶାକୁ ଆସିଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହାର ବିଭିନ୍ନ ଅଂଶକୁ ଯୋଡ଼ି ସୁସଜ୍ଜିତ ଭାବେ ଶୋଭା ପାଇବ ବୋଲି କୁହାଯାଇଛି। ପଶ୍ଚିମବଙ୍ଗର ନେତାଜୀ ସୁବାସ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହାକୁ ବାଲେଶ୍ୱର ଭଦ୍ରକ ଯାଜପୁର କଟକ ଦେଇ ଭୁବନେଶ୍ୱର ଅଣାଯାଇଛି।

ଅନ୍ୟପଟେ ବିଜୁ ବାବୁଙ୍କ ଜନ୍ମମାଟି କଟକରେ ଡାକୋଟା ବିମାନ ପହଞ୍ଚିବା ପରେ ସେଠାରେ ପ୍ରବଳ ଭିଡ଼ ଜମିଥିଲା। ଏହି ଐତିହାସିକ ବିମାନ ଜଗତପୁର, ଶିଖରପୁର, ମଧୁପାଟଣା ମୁଖ୍ୟ ରାଜପଥ ଦେଇ ଭୁବନେଶ୍ୱର ଗସ୍ତ କରିଛି। ତେବେ ଡାକୋଟା କଟକ ଶିଖରପୁରରେ ପହଞ୍ଚିବା ପରେ ବିଜୁ ଜନତା ଦଳ ପକ୍ଷରୁ ସ୍ବାଗତ କରଯାଇଥିଲା। ମଙ୍ଗଳବାର ଡାକୋଟା ପାଇଁ ସାରା ଓଡିଶା ଗର୍ବ କରୁଥିବା ବେଳେ ଆଜି ଏକ ଐତିହାସିକ ଦିନ ବୋଲି ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି। ତେବେ ଡାକୋଟାକୁ ଦେଖିବା ପାଇଁ କଟକରେ ଜାତୀୟ ରାଜପଥର  ରାସ୍ତାର ଦୁଇ  ପାଖରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଐତିହାସିକ ଡାକୋଟା ବିମାନ କଡ଼ା ସୁରକ୍ଷା ଓ ଏସ୍କର୍ଟମଧ୍ୟରେ ଭୂବନେଶ୍ବରକୁ ଅଣାଯାଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.