ଯାଜପୁରରେ ଡାକୋଟାକୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା; ଯୁବବର୍ଗ ଉତ୍ସାହିତ
18/01/2023 at 4:25 PM

ଚଣ୍ଡିଖୋଲ ୧୮/୦୧: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ବିଜୁ ପଟ୍ଟନାୟଙ୍କ ଡାକୋଟା ବିମାନ ବୁଧବାର ଓଡ଼ିଶାକୁ ଫେରିଛି। ଆସିବା ବାଟରେ ଯାଜପୁରରେ ଡାକୋଟାକୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିବା ଦଖିବାକୁ ମିଳିଛି। ବିଜୁ ବାବୁଙ୍କ ଏହି ବିମାନକୁ ଦେଖି ସ୍ଥାନୀୟ ଯୁବକମାନେ ଉତ୍ସାହିତ ଥିଲେ।
ଖବର ଅନୁସାରେ, ଜିଲ୍ଲାର ପାଣିକୋଇଲି ଛକରେ ବିମାନ ପହଞ୍ଚିବା ପରେ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହା ସହିତ ଷଠିପୁର, ପାଣିକୋଇଲି, କୁଆଖିଆ, ଜାରକା, ଚଣ୍ଡିଖୋଲ ଇତ୍ୟାଦି ଛକରେ ବିମାନକୁ ସ୍ୱାଗତ କରିବାକୁ ଜାତୀୟ ରାଜପଥ ପାଖରେ ଯୁବକମାନେ ଉପସ୍ଥିତ ଥିଲେ। ବିଶେଷ କରି ଜାରକା ଛକରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିମାନକୁ ସ୍ୱାଗତ କରିବା ପାଇଁ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023