ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲାରେ ସରକାର ଫେଲ୍ : ବିଜୟ ମହାପାତ୍ର

Published By : Prameya-News7 Bureau | October 12, 2018 IST

ଭୁବନେଶ୍ବର ୧୨|୧୦: ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜୟ ମହାପାତ୍ର । ବାତ୍ୟା ଟଳିଗଲା କିନ୍ତୁ ବନ୍ୟା ସରକାରଙ୍କୁ ବଳିଗଲା ବୋଲି ସେ କହିଛନ୍ତି। ପ୍ରଶାସନ ନୀରବ ହୋଇ ବସିଥିଲା । ଯେଉଁଥିପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ବରରେ ଭିଡିଓ କନଫରେନ୍ସିଂରେ ସମୀକ୍ଷା କଲେ ହେବନି ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ବିଜୟ । ଜିଲ୍ଲାକୁ ଯାଇ ଯୁଦ୍ଧକାଳୀନ ଭିତ୍ତିରେ କାମ କରନ୍ତୁ ବୋଲି କହିଛନ୍ତି। ଚନ୍ଦ୍ରଗିରିରେ ୪ଟି ବସରେ ଲୋକ ଫଶି ରହିଛନ୍ତି, ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ ।ସେମାନଙ୍କ ସହ ଯୋଗଯୋଗ ହୋଇପାରୁନାହିଁ । ଗଞ୍ଜାମ ଓ ଗଜପତିର ସ୍ଥିତି ଗମ୍ଭୀର ରହିଛି । କିନ୍ତୁ ଅନେକ ସ୍ଥାନରେ ଲୋକଙ୍କ ପାଖରେ ସହଯୋଗ ପହଞ୍ଚି ପାରିନାହିଁ । ଆଇଏଏସ୍ ଅଧିକାରୀମାନଙ୍କୁ ଜିଲ୍ଲାକୁ ପଠାଯାଉ, ତୁରନ୍ତ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ବିଜୟ ମହାପାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.