ନୂଆ ସଂକଳ୍ପ ନେଇ ଦଳରେ ଯୋଗଦେଲି : ବିଜୟ ମହାପାତ୍ର

Published By : Prameya-News7 Bureau | March 28, 2019 IST

ଭୁବନେଶ୍ବର ୨୮|୩ : ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ସବୁ ମାନ ଅଭିମାନ ଓ ଅଭିଯୋଗ ଭୁଲି ଦଳକୁ ଫେରି ଆସିଛନ୍ତି ତୁଙ୍ଗ ନେତା ବିଜୟ ମହାପାତ୍ର । ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ଦଳରେ ଯୋଗ ଦେଇଛନ୍ତି ବିଜୟ । ଆଜି ଦଳକୁ ଫେରିବା ପରେ ଆସନ୍ତାକାଲି ଜୟପୁର ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସଭାରେ ଯୋଗଦେବେ ବିଜୟ ।

ତେବେ ଦଳରେ ଯୋଗଦେବା ପରେ ବିଜୟ କହିଛନ୍ତି ପୁରୁଣା କଥାକୁ ଭୁଲି ନୂଆ ସଙ୍କଳ୍ପ ନେଇ ଦଳରେ ସେ ଯୋଗଦେଇଛନ୍ତି । ନିର୍ବାଚନ ଲଢିବା ନେଇ କେନ୍ଦ୍ରୀୟ ସମିତି ବିଚାର କରିବ ବୋଲି କହିଛନ୍ତି ବିଜୟ । ଦଳରେ ଯୋଗ ଦେବାପରେ ରାଜ୍ୟରେ ପରିବର୍ତ୍ତନ ପାଇଁ ନୂଆ ଅଭିଯାନରେ ବାହାରିଲୁ । ଏହା ପୂର୍ବରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଫୋନରେ କଥା ହୋଇଛି ବୋଲି ମଧ୍ୟ ବିଜୟ କହିଛନ୍ତି ।

ତେବେ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେବା ପରେ ତାଙ୍କୁ ଦଳକୁ ଫେରାଇ ଆଣିବାକୁ କେନ୍ଦ୍ରୀୟ ତଥା ରାଜ୍ୟସ୍ତରୀୟ ବହୁ ବିଶିଷ୍ଟ ନେତୃବୃନ୍ଦ ଗତ କିଛି ଦିନ ହେବ ତାଙ୍କ ସହ ଯୋଗାଯୋଗ ଚଳାଇଥିଲେ । ଆଜି ବିଜୟଙ୍କ ସହ କଥା ହେବା ପାଇଁ ତାଙ୍କ ବାସଭବନରେ ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା ଆଲୋଚନା କରିଥିଲେ । ତାପରେ ସେଠାରୁ ସେମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟ ପହଞ୍ଚିଥିଲେ । ସେଠାରେ ବିଜୟ ମହାପାତ୍ର ଦଳରେ ଯୋଗଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.