ଡିଜି ପଦରୁ ହଟିଲେ ବିଜୟ ଶର୍ମା : ନୂଆ ଡିଜି ହେଲେ ଅଭୟ, ବିଜୟ ଶର୍ମା ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନ ଅନିୟମିତତା ତଦନ୍ତର ସମ୍ମୁଖୀନ ହେବେ

Published By : Prameya-News7 Bureau | November 20, 2019 IST

ଭୁବନେଶ୍ବର୨୦|୧୧: ରାଜ୍ୟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନରେ ବଡଧରଣ ଘୋଟାଲା ଅଭିଯୋଗରେ ରାଜ୍ୟ ସରକାର ଡିଜି ପଦରୁ ବିକେ ଶର୍ମାଙ୍କୁ ହଟାଇ ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଅଭୟଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଏବେ ଅଭୟ ହାଇଦ୍ରାବାଦସ୍ଥିତ ଜାତୀୟ ପୋଲିସ ଏକାଡେମୀରେ ନିର୍ଦ୍ଦେଶକ ଅଛନ୍ତି ।ତେବେ ଅଭୟ ଦାୟିତ୍ବ ନେବା ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ମଧ୍ୟବର୍ତ୍ତୀକାଳୀନ ଡିଜି ଦାୟିତ୍ବରେ ରହିବେ ବୋଲି ସରକାର ନିର୍ଦ୍ଦେଶ ଜାରୀ କରିଛନ୍ତି । ଡିଜି ପଦରୁ ହଟିବା ପରେ ବିକେ ଶର୍ମାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି । ଅପର ପକ୍ଷରେ ବରିଷ୍ଠ ଆଇପିଏସ ଅଧିକାରୀ ସୁନୀଲ ରାୟଙ୍କୁ ଅଗ୍ନିଶମ ଡିଜି ଭାବେ ଅବସ୍ଥାପିତ କରାଯାଇଛି ।

{"id":187355,"width":587,"height":633,"sizeSlug":"large"}

ବିକେ ଶର୍ମା ପୋଲିସ ନିର୍ଦ୍ଦେଶକ ହେବା ପୂର୍ବରୁ ଅଗ୍ନିଶମ ବିଭାଗର ଡିଜି ଥିଲେ ।ଏପରିକି ଡିଜିପି ହେବା ପରେ ମଧ୍ୟ ସେ ଅଦ୍ୟାବଧି ଅଗ୍ନିଶମ ଡିଜି ରହିଥିଲେ । ତେବେ ତାଙ୍କ ସମୟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ପ୍ରାଥମିକ ଭାବେ ସରକାର ଜାଣିପାରିଛନ୍ତି । ଏଥିଲାଗି ସରକାର ତଦନ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଗୃହ ସଚିବଙ୍କୁ ନେଇ ଗଠିତ ତିନିଜଣିଆ କମିଟି ଏହି ଘୋଟାଲାର ତଦନ୍ତ କରିବ । ପୋଲିସ ମହାନିର୍ଦ୍ଦେଶକ ପଦରେ ବିକେ ଶର୍ମା ରହିଲେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଆଶଂକା କରି ଆଜି ବିଳମ୍ବିତ ସଂଧ୍ୟାରେ ସରକାର ତାଙ୍କୁ ଡିଜି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରିଛନ୍ତି ।

{"id":187356,"width":594,"height":388,"sizeSlug":"large"}

ଦୁଇଦନ ତଳେ ସରକାର ଫାୟାର ସେଫ୍ଟି ପ୍ରମାଣପତ୍ର କ୍ଷେତ୍ର ଅଧିକାରୀମାନେ ଦେଇପାରିବେ ବୋଲି ଏକ ବଡ ଘୋଷଣା କରିଥିଲେ । ଆଗାମୀ ଦିନରେ ଏହି ପ୍ରମାଣ ପତ୍ର ଅନ ଲାଇନ ମାଧ୍ୟମରେ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି ।ବିଜୟ ଶର୍ମାଙ୍କୁ ଡିଜି ପଦରୁ ହଟାଇବା ସରକାରଙ୍କ ଏକ ବଡ ନିଷ୍ପତ୍ତି ।

{"id":187348,"sizeSlug":"large"}
{"id":187349,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.