ରାତି ପାହିଲେ ବିଜେପୁର ନିର୍ବାଚନ- ମତଦାତା ନିର୍ଣ୍ଣୟ କରିବେ ପ୍ରାର୍ଥୀଙ୍କ ଭାଗ୍ୟ

Published By : Prameya-News7 Bureau | October 20, 2019 IST

ବିଜେପୁର ୨୦।୧୦ - ରାତି ପାହିଲେ ବିଜେପୁର ନିର୍ବାଚନ । ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ନେତା, ମନ୍ତ୍ରୀ, ଅଭିନେତା ଓ ଅଭିନେତ୍ରୀ ଜି-ଜାନ୍ ଲଗାଇ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ହାଇଭୋଲଟେଜ ପ୍ରଚାର କରିଥିଲେ । ଆସନ୍ତାକାଲି ମତଦାନ କରି ରାୟ ଶୁଣାଇବେ ଭୋଟର । ମତଦାନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି, ପୂରା ପୋଲିସ ଛାଉଣୀରେ ପରିଣତ ହୋଇଛି ବିଜେପୁର ।

{"id":172384}

ରାତି ପାହିଲେ ଉପନିର୍ବାଚନ। ରାୟ ଶୁଣାଇବା ଭୋଟର । ନେତାଙ୍କର ହେବ ଭାଗ୍ୟ ପରୀକ୍ଷା । ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ, ପୋଲିସ ଛାଉଣୀରେ ପରିଣତ ହୋଇଛି ବିଜେପୁର ।

{"id":172385}

ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବରଗଡ ଏସପିଙ୍କ ତତ୍ତ୍ବାବଧାନରେ ୩୩ ପ୍ଲାଟୁନ ଫୋର୍ସ, ୩ କମ୍ପାନୀ ସିଆରପିଏଫ, ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୭୫ ସବଇନିସ୍ପେକ୍ଟର, ୧୧୩ ଏଏସଆଇଙ୍କୁ ନିଯୁକ୍ତ କରାଯାଛି ।

{"id":172386}

ବରପାଲି, ଗାଇସିଲେଟ ଓ ବିଜେପୁରକୁ ନେଇ ଗଠିତ ବିଜେପୁର ନିର୍ବାଚନ ମଣ୍ଡଳୀରେ ମୋଟ୍ ୨ ଲକ୍ଷ ୩୨ ହଜାର ୨୬୪ ଭୋଟର ରହିଛନ୍ତି ।

{"id":172387}

୧ ଲକ୍ଷ ୧୨ ହଜାର ୧୧୪ ଜଣ ମହିଳା ଭୋଟର ଥିବା ବେଳେ ୧ ଲକ୍ଷ ୨୦ ହଜାର ୧୩୫ ଜଣ ପୁରୁଷ ଏବଂ ୧୫ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି।

{"id":172388}

୩ ଟି ବ୍ଲକରେ ୬ଟି ମଡେଲ ବୁଥ ରହିଥିବା ବେଳେ ୨୮ଟିବୁଥରେ ୱେବ କାଷ୍ଟିଂ କରାଯିବ । ୧୪ଟି ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଥିବା ବେଳେ ୧୬ଟି ବୁଥର ନିର୍ବାଚନ ପକ୍ରିୟାକୁ ଭିଡ଼ିଓଗ୍ରାଫି କରାଯିବ।

{"id":172389}

୭୭ଟି ବୁଥ ପାଇଁ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଥିବା ବେଳେ ୧୩୫ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ୬ଟି ବୁଥ୍ ନକ୍ସଲ ପ୍ରଭାବିତ ରହିଛି ।
ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.