ବିଜେପୁର ଉପ ନିର୍ବାଚନ : ସକାଳ ୧୦ଟା ୩୦ ସୁଦ୍ଧା ୨୦ ପ୍ରତିଶତ ମତଦାନ

Published By : Prameya-News7 Bureau | October 21, 2019 IST

ବିଜେପୁର ୨୧।୧୦: ବିଜେପୁରରେ ଆରମ୍ଭ ହୋଇଯାଇଛି ଉପ ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଅପରାହ୍ନ ୫ଟା ଯାଏଁ ଚାଲିବ ମତଦାନ । ୨ଲକ୍ଷରୁ ଅଧିକ ଭୋଟର ନିର୍ଦ୍ଧାରଣ କରୁଛନ୍ତି ପ୍ରାର୍ଥୀଙ୍କ ଭାଗ୍ୟ । ୨୮୫ଟି ବୁଥରେ ୫ ପ୍ରାର୍ଥୀଙ୍କ ହେଉଛି ଭାଗ୍ୟ ନିର୍ଦ୍ଧାରଣ ।

ସକାଳ ୧୦ଟା ୩୦ ସୁଦ୍ଧା ୨୦ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ନିର୍ବାଚନ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୋଲିସ ଛାଉଣୀରେ ପରିଣତ ହୋଇଛି ପୁରା ବିଜେପୁର । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବରଗଡ ଏସପିଙ୍କ ତତ୍ତ୍ବାବଧାନରେ ୩୩ ପ୍ଲାଟୁନ ଫୋର୍ସ, ୩ କମ୍ପାନୀ ସିଆରପିଏଫ, ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୭୫ ସବଇନ୍ସପେକ୍ଟର, ୧୧୩ ଏଏସଆଇଙ୍କୁ ନିଯୁକ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.