ବିଜୟ ଶଙ୍କରଙ୍କ ଆବେଦନ ଖାରଜ, ବିବାହ କରି ପାରିବେନି ଯୁବ ବିଧାୟକ

Published By : Prameya-News7 Bureau | December 05, 2023 IST

କଟକ: ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲାରେ ଆସିଛି ବଡ଼ ଖବର। ତାଙ୍କ ବିବାହ ଆବେଦନ ଖାରଜ କଲେ କଟକ ବିବାହ ପଞ୍ଜୀକରଣ ଅଧିକାରୀ। ଫଳରେ ଏବେ ପ୍ରତ୍ୟୁଷାଙ୍କୁ ବିବାହ କରି ପାରିବେ ନାହିଁ ବିଜୟ ଶଙ୍କର। ବିବାହ ପାଇଁ ଆବେଦନ ହୋଇଥିବା ପତ୍ରରେ ତ୍ରୁଟି ଥିବା ଯୋଗୁଁ ପଞ୍ଜିକରଣ ଅଧିକାରୀ ତାଙ୍କ ଆବେଦନ ଖାରଜ କରିଥିବା ଜଣା ପଡ଼ିଛି। ଏଥିରେ ପ୍ରତ୍ୟୁଷା ଅବିବାହିତ ଦର୍ଶାଯାଇଥିଲା। କିନ୍ତୁ ପ୍ରତ୍ୟୁଷା ବିବାହ କରି ସ୍ଵାମୀଙ୍କ ଠାରୁ ଛାଡ଼ପତ୍ର ପାଇଛନ୍ତି। କିନ୍ତୁ ବିଜୟ ଆବେଦନ ପତ୍ରରେ ଏହା ଦର୍ଶାଇ ନ ଥିଲେ। ଏପରିକି ପ୍ରତ୍ୟୁଷା ମଧ୍ୟ ଅବିବାହିତ ଥିବା କହିଥିଲେ।

wp:heading {"level":4}

ଅଧିକ ପଢନ୍ତୁ- ବିଧାୟକ ବିଜୟ ଶଙ୍କରଙ୍କ ନାଁରେ ଏତଲା ଦେଲେ ସୋମାଲିକା, ବିବାହ କରିବାକୁ କହି ଗଡାଉଛନ୍ତି ସମୟ

/wp:heading

ସୂଚନାଯୋଗ୍ୟ, ବିଧାୟକ ବିଜୟ ଶଙ୍କର ଦାସ ନିଜର ପ୍ରେମିକା ସୋମାଲିକାଙ୍କ ସହ ରହିଥିବା ପ୍ରେମଜନିତ ବିବାଦର ସମାଧାନ ନ ହୋଇଥିବା ବେଳେ ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ। ଏ ନେଇ ସେ ଆବେଦନ କରିଥିଲେ। ଏହାକୁ ତୀବ୍ର ବିରୋଧ କରି ସବ ରେଜିଷ୍ଟ୍ରାର କୋର୍ଟରେ ଆବେଦନ କରିଥିଲେ ପ୍ରେମିକା ସୋମାଲିକ ଦାସ। କୋର୍ଟକୁ ବିଜୟ ଶଙ୍କର ଦାସ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରିଥିଲେ ସୋମାଲିକା। ଯୁବତୀ ପ୍ରତ୍ୟୁଷା ପୂର୍ବରୁ ବିବାହ କରିଥିବା ସେ କୋର୍ଟରେ ଜଣାଇଥିଲେ।

ବିଧାୟକ ବିଜୟ ଶଙ୍କର ଯାହାକୁ ବିବାହ କରିବାକୁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତ ଓ ପୂର୍ବରୁ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି । କିନ୍ତୁ କୋର୍ଟ ଆବେଦନରେ ସେହି ଯୁବତୀ ନିଜକୁ ଅବିବାହିତ ବୋଲି ଦର୍ଶାଇଛନ୍ତି । ଏପରିକି ଯୁବତୀଙ୍କ ବିବାହ ବେଳେ ସେଥିରେ ସାକ୍ଷୀ ରହିଥିଲେ ବିଜୟଶଙ୍କର ।

ସୋମାଲିକା କୋର୍ଟରେ ହାଜର ହୋଇ ଦର୍ଶାଇଛନ୍ତି କି ବିଧାୟକ ବିଜୟ ଶଙ୍କର ଯାହାକୁ ବିବାହ କରିବାକୁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତ ଓ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି । ହେଲେ କୋର୍ଟ ଆବେଦନରେ ସେହି ଯୁବତୀ ନିଜକୁ ଅବିବାହିତ ବୋଲି ଦର୍ଶାଇଛନ୍ତି ଅର୍ଥାତ୍ କୋର୍ଟକୁ ଭୁଲ୍ ତଥ୍ୟ ଦେଇଛନ୍ତି । ସେହି ଯୁବତୀ ଯାହାଙ୍କୁ ପ୍ରଥମେ ବିବାହ କରିଥିଲେ ସେଥିରେ ନିଜେ ସାକ୍ଷୀ ପଡ଼ିଥିଲେ ବିଜୟ ଶଙ୍କର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.