ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ରାଜ୍ୟରେ ସାମାନ୍ୟ ବଢିଛି ସଂକ୍ରମଣ, ଅଣଦେଖା ନକରି ସତର୍କ ରୁହନ୍ତୁ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

16/06/2022 at 12:00 PM

ଭୁବନେଶ୍ୱର ୧୬।୦୬ : ଶେଷ ୭ ଦିନ ଭିତରେ ଦୁଇ ଅଙ୍କ ଭିତରେ ରହୁଛି ରାଜ୍ୟର ସଂକ୍ରମଣ । ଆଜି ସାମାନ୍ୟ ବଢିଛି । ଦେଶର ବିଭିନ୍ନ ରାଜ୍ୟରେ ଯେଉଁ ଭଳି ସଂକ୍ରମଣ ବଢୁଛି । ତେଣୁ ତାକୁ ଦେଖି ଆମକୁ ସତର୍କତା ମୂଳକ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଭାଗ ପକ୍ଷରୁ ଯେଉଁଭଳି ସର୍ଭିଲାନ୍ସ ଚାଲିବ କଥା ଚାଲିଛି । ଯେଉଁ ପରିମାଣରେ ଟେଷ୍ଟିଂ ଚାଲିଛି , ତାକୁ ବଢ଼େଇବା ପାଇଁ କୁହାଯାଇଛି। ଲୋକମାନଙ୍କୁ ଆମେ ଅପିଲ କରୁଛୁ ଯେଉଁ ମାନଙ୍କର ଲକ୍ଷଣ ଦେଖା ଯାଉଛି। ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । ଭିଡ଼କୁ ଯାଆନ୍ତୁ ନାହିଁ କି ଭିଡ଼ କରନ୍ତୁ ନାହିଁ । ନିୟମିତ ମାକ୍ସ ପିନ୍ଧନ୍ତୁ । ଲୋକମାନେ ସ୍ୱତ ପ୍ରବୃତ୍ତି ଭାବେ ଆଗକୁ ଆସି ଟେଷ୍ଟିଂ କରାଇ ନିଅନ୍ତୁ । ଅଳ୍ପ ବଢିଲେ ବି ତାକୁ ଅଣଦେଖା କରିବାନି । ସତର୍କ ରହିବାକୁ ହେବ । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏ ଭିତରେ ଦୁଇ ତିନି ଥର ସମୀକ୍ଷା ନିଆଯିବା ସହ ଜିଲ୍ଲାପାଳ ମାନଙ୍କୁ ସଂକ୍ରମଣ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି କୋଭିଡ ସମେତ ସମସ୍ତ ରୋଗକୁ ଚିହ୍ନଟ କରିବା ପାଇଁ ଘରକୁ ଘର ବୁଲି ସର୍ଭେ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜୁନ ୨୧ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସର୍ଭିଲାନ୍ସ ଚାଲିବ । ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସର୍ଭେ କରିବେ ।

   Related Posts