ସନ୍ଧ୍ୟା ସୁଦ୍ଧା ଏକ କୋଟି ଛୁଇଁବ ଡ଼ବଲ ଡୋଜ ଟୀକାକରଣ, ଭାକ୍ସିନ୍ ନେବାର ୧୪ ଦିନ ପରେ ମିଳୁଛି ଅଧିକ ସୁରକ୍ଷା

Published By : Prameya-News7 Bureau | October 18, 2021 IST

ଭୁବନେଶ୍ୱର ୧୮।୧୦:  ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୧ କୋଟି ଛୁଇଁବ ଡ଼ବଲ ଡୋଜ ଟୀକା କରଣ । ତେବେ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟୀକା ନେଇଛନ୍ତି। ପ୍ରଥମ ଡୋଜ ନେଇଛନ୍ତି ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ। ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଛନ୍ତି। ଉଭୟ ଡୋଜ ନେଇଛନ୍ତି ୯୯ ଲକ୍ଷ ୨୨ ହଜାର ୮୪୫ ଜଣ। ପ୍ରାୟ ୩୨ ପ୍ରତିଶତ ଉଭୟ ଡୋଜ ନେଇଛନ୍ତି।ବର୍ତ୍ତମାନ ରାଜ୍ୟରେ ୨୫ ଲକ୍ଷ  ୬୨ହଜାର ୯୧୦ ଡୋଜ ଟୀକା ଉପଲବ୍ଧ ଅଛି।  ୨ୟ ଡୋଜ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି। ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଦେବା ଲକ୍ଷ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ବ୍ରହ୍ମପୁର ଓ ଭୁବନେଶ୍ୱର ମୁନିସିଦପାଳିଟି ସହ ରିଆମାଲ,ଟିକାବାଲି,ରାଇକିଆ,ଜି ଉଦୟଗିରି,ବେଳଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ  ଟୀକାକରଣ ଶତ ପ୍ରତିଶତ ହୋଇଛି । ୩୫୪୦ ଗାଁ ରେ  ବି ଶତପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ହୋଇଛି। ଯେଉଁମାନେ ଦିତୀୟ ଟୀକା ନେଇନାହାନ୍ତି  ବାରମ୍ବାର ମେସେଜ ଯାଉଛି,ଫୋନ କରାଯାଇଛି, ଆଶା ଓ ଅଙ୍ଗନବାଡି କର୍ମଚାରୀ ଫେସିଲିଟେଟ କରାଯାଉଛି।  ଯେଉଁ ମାନେ ଟୀକାକରଣ କେନ୍ଦ୍ରକୁ ଆସିବାକି ସମ୍ପୂର୍ଣ୍ଣ ଅସମର୍ତ୍ତ ସେମାନଙ୍କୁ ଘରେ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଉଛି। ଆରଏମଆରସି ଷ୍ଟଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବାଡି ଅଛି। ବର୍ତ୍ତମାନ ସୁଦ୍ଧା ୦.୧୮ ପ୍ରତିଶତ ବ୍ରେକଥରୁ ସଂକ୍ରମଣ  ହୋଇଛି। ୨ୟ ଡୋଜ ଟୀକା ନେବା ପରେ ଲୋକଙ୍କୁ ସୁରକ୍ଷା ମିଳୁଛି ।  ୧୪ ଦିନ ପରେ ଅଧିକ ସୁରକ୍ଷା ଦେଉଛି ଟୀକା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.