Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଟିକା ସାଜିବ କବଚ, ଓମିକ୍ରନରୁ ଦେବ ସୁରକ୍ଷା

14/12/2021 at 11:50 AM

ଭୁବନେଶ୍ୱର ୧୪।୧୨: ଓମିକ୍ରନରୁ ସୁରକ୍ଷା ଦେବ ଟୀକା । ସମସ୍ତେ ଯଥାଶୀଘ୍ର ଟୀକା ନେବାକୁ ଅନୁରୋଧ କଲା ସ୍ବାସ୍ଥ୍ୟ ବିଭାଗ । ୧୦୦ ପ୍ରତିଶତ ନହେଲେ ବି କ୍ରସ ପ୍ରୋଟେକ୍ସନ ଦେବ ଟୀକା ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ଟୀକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ ହେବା ଏବଂ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା କମ୍‌ ରହିଛି । ଲୋକଙ୍କୁ ଟୀକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ଜନପ୍ରତିନିଧି ଓ  ଗାଁରେ ଥିବା ସାମାଜିକ କର୍ମୀ ଅନୁରୋଧ କରୁଛି ସ୍ବାସ୍ଥ୍ୟ ବିଭାଗ । ଅନ୍ୟ ରାଜ୍ୟରେ ଓମିକ୍ରନ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି । ତେଣୁ ଯଥାଶୀଘ୍ର ଟୀକା ନେବାକୁ ପଡ଼ିବ । ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଅଛି । ସେମାନେ ଅନୁଧ୍ୟାନ କରୁଛନ୍ତି କେଉଁ ବ୍ଲକରେ ଲୋକ ଟୀକା ନେଇନାହାନ୍ତି । ସିଡିଏମଓ ମାନଙ୍କୁ ମଧ୍ୟ ଗାଁ ଗୁଡ଼ିକରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଗାଁରେ କିଛି ଲୋକ ଟିକା ନେଇନାହାନ୍ତି । ତାହେଲେ ସେମାନେ ସଂକ୍ରମିତ ହେବେ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଂକ୍ରମିତ କରିବେ ।

ସେହିପରି ଏବେ ଯାଏଁ ୪ କୋଟି ୬୨ ଲକ୍ଷ ଭ୍ୟାକ୍‌ସିନ୍‌ ଡୋଜ୍ ଦିଆସରିଲାଣି । ୮୭.୪ ପ୍ରତିଶତ ପ୍ରଥମ ଡୋଜ୍ ସରିଛି । ଆଉ  ପ୍ରାୟ ୪୦ ଲକ୍ଷ ଲୋକ ଟିକା ନେଇନାହାନ୍ତି ।  ଖୁବଶୀଘ୍ର ସେମାନଙ୍କୁ ଟିକା ଦିଆଯିବାକୁ ସ୍ୱାସ୍ଥ୍ୟ ବିଭାଗ ଟାର୍ଗେଟ ରଖିଛି ।

   Related Posts