ଭୁବନେଶ୍ୱର ୧୦।୦୬ : ୨୦୨୪ ଓଡିଶା ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଏକତରଫା ଜିତାପଟ କରିଛି ଭାରତୀୟ ଜନତା ପାର୍ଟି । ୧୪୭ ବିଧାନସଭା ଆସନରୁ ୭୮ଟିରେ ବିଜୟ ହାସଲ କରିଛି ବିଜେପି । ତେବେ ଓଡିଶାରେ ବିଜେପିର କିଏ ହେବ ମୁଖ୍ୟମନ୍ତ୍ରୀ । ସେନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଲାଗି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାଁ ଚର୍ଚ୍ଚା ହେଉଛି । ହେଲେ ଏହି ସବୁ ଭିତରେ ବିଜେପି ନିର୍ବାଚନ ପ୍ରଭାରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଛନ୍ତି ଯେ, ମୋ ଜାଣିବାରେ ସେଭଳି କିଛି ହୋଇନାହିଁ । ବିଧାୟକ ଦଳ ବୈଠକରେ ଆଗାମୀ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନିଆଯିବ। ପରେ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ନିଷ୍ପତ୍ତି ନିଆଯିବ। କୌଣସି ଅସୁବିଧା ନାହିଁ । ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ । ଯେଉଁଠି ଦଳର ଦୁଇ ପର୍ଯ୍ୟବେକ୍ଷକ ଏବଂ ବିଧାୟକଙ୍କ ଉପସ୍ଥିତିରେ ମୋହର ବାଜିବ ।