୨୦୨୪ ପାଟକୁରା ରାଜନୀତିରେ ହେବ ଐତିହାସିକ ପରିବର୍ତ୍ତନ, ବାପାଙ୍କ ପରେ ପୁଅ ଲଢିବେ ନିର୍ବାଚନ

Published By : Prameya-News7 Bureau | January 09, 2023 IST

ମାର୍ଶାଘାଇ ୦୯/୦୧: ଆସନ୍ତା ୨୦୨୪ ନିର୍ବାଚନରେ ହେବ ଐତିହାସିକ ପରିବର୍ତ୍ତନ । ବାପାଙ୍କ ପରେ ନିର୍ବାଚନ ଲଢିବେ ପୁଅ । ଆମେ କହୁଛୁ ବରିଷ୍ଠ ବିଜେପି ନେତା ବଜିୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କ କଥା । ଯାହା ଜଣାପଡୁଛି ଆସନ୍ତା ନିର୍ବାଚନରେ ସେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି । ଏହି ଖବର ଜଣାପଡିବା ପରେ ଅସହ୍ୟ ଶୀତରେ ରାଜନୀତି ପାଣିପାଗ ଗରଣ ହୋଇପଡିଛି ।

ସୂଚନା ଥାଉକି, ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କର ନବବର୍ଷର ବନ୍ଧୁ ମିଳନ ଉତ୍ସବ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତିକନପୁର ପଂଚାୟତର ଖେଳ ପଡିଆ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗରଦପୁର ବ୍ଲକ ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଜୟ ମହାପାତ୍ରଙ୍କ ସମର୍ଥକ ମାନେ ଯୋଗଦେଇଥିଲେ ।

ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଏହି ବନ୍ଧୁ ମିଳନରେ ଉପସ୍ଥିତ ଥିଲେ । ୨୦୨୪ ମସିହା ଓଡିଶା ରାଜନିତି ଏବଂ ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଏକ ଐତିହାସିକ ପରିବର୍ତ୍ତନ ହେବ ବୋଲି ବିଜୟ ମହାପାତ୍ର ଅଭି ଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ପାଟକୁରା ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜୟ ପ୍ରେମି ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.