ଶ୍ରୀମନ୍ଦିର ସଂସ୍କାର କମିଟିକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ
11/08/2018 at 12:41 PM

ପୁରୀ ୧୧/୮ : ଶ୍ରୀମନ୍ଦିର ସଂସ୍କାର କମିଟିକୁ ନେଇ ପ୍ରଶ୍ନା ଉଠାଇଛନ୍ତି ବିଜୟ ମହାପାତ୍ର। ସଂସ୍କାର କମିଟିରେ ରହିଥିବା ସଦସ୍ୟ ସଂସ୍କାର ନେଇ ଠିକ ରିର୍ପୋଟ ଦେଇ ପାରିବେ ନାହିଁ। ଜନଶୂଣାଣିର କିଛି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଜୟ। ଏପଟେ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବାବନ୍ଦ, ରୋଷଘରକୁ ଶ୍ରୀମନ୍ଦିର ପ୍ରଶାସକ ନିଜ କର୍ତ୍ତୃତ୍ବକୁ ଆଣିବା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଭଳି ୧୨ଗୋଟି ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ଯାହାକୁ ନେଇ ସେବାୟତା ବିବାଦ ତେଜିବାରେ ଲାଗିଛି..
ସଂସ୍କାର ଏହି କମିଟି ମନ୍ଦିରରେ କିଛି ସଂସ୍କାର ଆଣିପରିବନି। ପରିଚାଳନାରେ ବି କିଛି ଉନ୍ନତି ହେବ ନାହିଁ। ଏଭଳି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। କାରଣ ମଧ୍ୟ ଦର୍ଶାଇଛନ୍ତି। ସେ କମିଟିରେ ଯେଉଁ ମାନେ ଅଛନ୍ତି ସେମାନେ ମନ୍ଦିର ସହିତ ଜଡିତ ଥିଲେ। ସୁରେଶ ମହାପାତ୍ରଙ୍କୁ କମିଟିରେ ରଖିବା ଯୁକ୍ତିଯୁକ୍ତି ନୁହେଁ। ତାଙ୍କର ପୂର୍ବ ଭୁଲ ପାଇଁ ମନ୍ଦିରରେ ଆଜି ବିଭ୍ରାଟ ଘଟୁଛି। ରୁଦ୍ଧଦ୍ବାରରେ ଜନଶୁଣାଣି କରି ଭୁଲ କରୁଛନ୍ତି। ଜନ ଶୁଣାଣିର କିଛି ଆବଶ୍ୟକତା ନାହିଁ । ଯଦି ଜନଶୁଣାଣି ହେଲା ତାହେଲେ ସର୍ବସାଧାରଣରେ ହେବା କଥା । ଗଜପତି, ଦଇତାପତି ଏବଂ ସାଧାରଣଙ୍କ ମତାମତ ନେବା କଥା। ଆମିକସ କ୍ୟୁରି ଆସି ଜନ ଶୁଣାଣି କରିବା ପର୍ଯ୍ୟନ୍ତ ଅପେକ୍ଷା କରିବା କଥା ବୋଲି କହିଛନ୍ତି ବିଜୟ ମହାପାତ୍ର।
ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ସରାକର ବିଶେଷଜ୍ଞ କମିଟି ଗଠନ କରିଥିବାବେଳେ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବାବନ୍ଦ, ରୋଷଘରକୁ ଶ୍ରୀମନ୍ଦିର ପ୍ରଶାସକ ନିଜ କର୍ତ୍ତୃତ୍ବକୁ ଆଣିବା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଭଳି ୧୨ଗୋଟି ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ । ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଭିତରେ ବାଦବିବାଦ ଲାଗି ରହିଛି। ଆଉ ଯାହାର ପ୍ରତିଫଳନ କାଲି ଦେଖିବାକୁ ମିଳିଥିଲା।
ଆସନ୍ତା ସେପ୍ଟେମ୍ବର ୫ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସମ୍ପର୍କରେ ପରବର୍ତ୍ତୀ ଶୁଣାଣି କରିବେ ।ତେବେ ବିଶେଷଜ୍ଞ କମିଟି ସମସ୍ତ ଧର୍ମପୀଠ ବୁଲିବା ପରେ ତାଙ୍କ ରିର୍ପୋଟ ଚିଳିତ ମାସ ଶେଷରେ ସୁପ୍ରିମକୋର୍ଟରେ ଦାଖଲ କରିବେ। କିନ୍ତୁ ଜଗନ୍ନାଥ ମନ୍ଦିର ନୀତି ବହୁଳ ମନ୍ଦିର। ଅନ୍ୟ ମନ୍ଦିର ନୀତି ସମତୁଲ କରିବା ଠିକ ନୁହେଁ। ଏବେ ବିଶେଷଜ୍ଞ କମିଟି ରିର୍ପୋଟ ଉପରେ ଏବେ ସମସ୍ତଙ୍କ ନଜର।