Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଡେଲେଟା ପ୍ଲସ୍ ସଂକ୍ରମିତ ବାହାରକୁ ଯାଇନାହାନ୍ତି, ଏହା ସ୍ଥାନୀୟ ସଂକ୍ରମଣ

28/06/2021 at 11:53 AM

ଭୁବନେଶ୍ୱର ୨୮।୦୬: ରାଜ୍ୟରେ ସଂକ୍ରମଣ ଅବସ୍ଥା ସ୍ଥିର ରହିଛି । ସଂକ୍ରମଣ ବଢୁ ନାହିଁ, କିନ୍ତୁ ରୋଗୀ ସଂଖ୍ୟା କମୁଛି । ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବି କମୁଛି । ଯେଉଁ ଷ୍ଟ୍ରାଟେଜିରେ କାର୍ଯ୍ୟ ହେଉଥିଲା , ସେହିପରି କିଛି ଷ୍ଟ୍ରାଟେଜି ଆପଣାଯିବ । ଖାସ୍‌ କରି ୪ ଟି ଦିଗ ଉପରେ ଗୁରୁତ୍ୱ ଦିଆଯିବ । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟେମେଣ୍ଟ ଓ ଟୀକା କରଣକୁ ଗୁରୁତ୍ୱ ଦିଆଯିବ । ଟୀକା କରଣ ଅଧିକ କରି ଟ୍ରାନ୍ସମିସନ ଚେନକୁ ବ୍ରେକ କରିବାକୁ ଯୋଜନା ହୋଇଛି । ସେହିପରି ଦେବଗଡ଼ରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଆସିଛି । ସେ ବାହାରକୁ କୁଆଡ଼େ ଯାଇନାହାନ୍ତି । ଏହା ଏକ ଲୋକାଲ ସଂକ୍ରମଣ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି  ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,  ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ଆହୁରି କମିବା କଥା । ଯେହେତୁ କମୁନାହିଁ ତେଣୁ ସେ ଦିଗରେ ବିଚାର ଚାଲିଛି । ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଥିଲା ଏହି ମାସ ସୁଦ୍ଧା ସଂଖ୍ୟା ଆହୁରି କମିଯିବ । ମାତ୍ର ଏହା କମି ନାହିଁ । ତେଣୁ ତାକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯିବ । ସାମଗ୍ରିକ ଭାବେ ରାଜ୍ୟର ଚିତ୍ରକୁ ଦେଖିବା ସହ କେଉଁ କେଉଁ ଜିଲ୍ଲାରେ କେମିତି ସ୍ଥିତି ରହିଛି ତାକୁ ଆକଳନ କରାଯାଇ ନିଷ୍ପତ୍ତି ନିଆଯିବ । ଭାଇରସର କୌଣସି ଭୌଗଳିକ ସୀମାରେଖା ନଥାଏ । ଅନ୍ୟ ରାଜ୍ୟ ପରେ ଆମ ରାଜ୍ୟକୁ ସଂକ୍ରମଣ ଆସିଥିଲା । ସେହି ଅନୁଯାୟୀ ପଶ୍ଚିମ ଓଡିଶା ପରେ ଉପକୂଳ ଓଡ଼ିଶାରେ ଟିକିଏ ଅଧିକ ରହିଛି । ୪ ରୁ ୫ ଜିଲ୍ଲାରେ ଟିକିଏ ଅଧିକ ରହୁଛି ।  ଏଠି ବି ମଧ୍ୟ ଆମେ ସଂକ୍ରମଣକୁ ରୋକି ପାରିବା । ଟେଷ୍ଟ ଓ ଟ୍ରାକିଂ କରିବା ସହ ଯଦି ଲୋକମାନେ ସଚେତନ ହେବେ ଆମେ ତାକୁ ରୋକି ଦେଇ ପାରିବା  ।

ସରକାର ଜୀବନ ଓ ଜୀବିକାକୁ ଦେଖି ନିଷ୍ପତ୍ତି ନିଅନ୍ତି ।  ସେହି ଅନୁଯାୟୀ ଯାହା ଲୋକମାନଙ୍କ ହିତ ହେବ ସେହିପରି ନିଷ୍ପତ୍ତି ନିଆଯିବ । ଡେଲେଟା ପ୍ଲସ୍ ସଂକ୍ରମିତ ବାହାରକୁ କୁଆଡ଼େ ଯାଇନାହାନ୍ତି । ତେଣୁ ଏହା ଲୋକାଲ ସଂକ୍ରମଣ । ଡେଲଟା ଭ୍ୟାରିଏଣ୍ଟରେ ଯେମିତି ସଂକ୍ରମଣ ବ୍ୟାପୁଥିଲା ଏଥିରେ ସେମିତି ବ୍ୟାପୁନାହିଁ । ସେ ଜିଲ୍ଲାରେ ଡେଥ ରେଟ ବି ଏତେ ନାହିଁ । ତେଣୁ ତାହା ପାଇଁ ଏତେ ଉଦବେଳିତ ହେଲା ଭଳି କିଛି ନାହିଁ ।

   Related Posts