ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍‌, ପରିସ୍ଥିତି ଦେଖି ଲାଗିବ କଟକଣା

19/12/2021 at 1:45 PM

ଭୁବନେଶ୍ୱର ୧୯।୧୨: ଓମିକ୍ରନ୍‌ ଚାରିଆଡ଼େ ବ୍ୟାପିବା ଚିନ୍ତାଜନକ । ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ଜଣ ବିଦେଶ ଫେରନ୍ତା କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରୁ ୪ଜଣଙ୍କ ଜିମନ୍‌ ସିକ୍ୟୁଏନସିଂ କରାଯାଇଥିଲା । ବର୍ତ୍ତମାନ ସେମାନେ ଓମିକ୍ରନ୍‌ରେ ପୀଡିତ ନଥିବା ବେଳେ ଅନ୍ୟ ୩ଜଣଙ୍କ ନମୁନା ସିକ୍ୟୁନ୍‌ସି ପାଇଁ ଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ  ଗୋଟେ ଷ୍ଟାଟିକାଲ୍‌ ଜିନିଷ ଉପରେ ଆଧାରିତ । IIT ମଡେଲ ଅନୁସାରେ ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ଯ୍ୟାପ୍ତ ପରିମାଣର ନଥାଏ । ତେବେ ଦିନକୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରିପାରନ୍ତି । ଆମକୁ ଦେଖିବାକୁ ପଡିବ ସଂକ୍ରମଣ କେତେ ବଢୁଛି । ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ ।

ସେହିପରି ସିଡିସି କହିଛନ୍ତି ଯେ, ଓମିକ୍ରନ୍‌ ପ୍ରଜାତି ଅଧିକ ସଂକ୍ରାମକ । କିନ୍ତୁ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି । ଏଥିରେ ଅକ୍ସିଜେନ ବ୍ୟବହାର ଓ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବଢୁନି । କିନ୍ତୁ ତାକୁ ଭାବିକି ପ୍ରସ୍ତୁତ ନରହିବା ଠିକ ନୁହେଁ । ସମାଜର ବି ଭୂମିକା ଅଛି । ଯଦି ଲକ୍ଷଣ ଅଛି, ତେବେ ଟେଷ୍ଟ କରାନ୍ତୁ । ସଂଖ୍ୟା ଆମେ ପୁରା ଶୁନ କରିପାରିବା ନାହିଁ । କିନ୍ତୁ ତୁରନ୍ତ ଚିହ୍ନଟ କରି ପ୍ରତିକାର କଲେ ଆକ୍ରାନ୍ତଙ୍କ ସଂଖ୍ୟା କମେଇପାରିବା । ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

   Related Posts