ଭିଡ଼କୁ ଯାଆନ୍ତୁ ନାହିଁ, ସବୁବେଳେ ମାକ୍ସ ପିନ୍ଧନ୍ତୁ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | June 28, 2022 IST

ଭୁବନେଶ୍ୱର ୨୮।୦୬ : ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଲୋ ପ୍ରାଗେସ୍ ଅଛି । ପୂର୍ବରୁ ୫୦ ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା ୭୦କୁ ଛୁଇଁଲା । ମାତ୍ର ବର୍ତ୍ତମାନ ଏବେ ସେହି ସଂଖ୍ୟା ୧୦୦ ପାର କରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନହେବ ତା ଉପରେ ଗୁରୁତ୍ୱ ଦିଆଯାଉଛି । ଲୋକଙ୍କୁ ଅପିଲ କରାଯାଉଛି ଭିଡ଼କୁ ଯାଆନ୍ତୁ ନାହିଁ । ସବୁବେଳେ ମାକ୍ସ ପରିଧାନ କରନ୍ତୁ । ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଅନ୍ତୁ । ବର୍ତ୍ତମାନ ଘରେ ଘରେ ଟେଷ୍ଟିଂ କରାଯାଉଛି । ଯାହାଦ୍ୱାରା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦି ଏହା ପରେ ହସ୍ପିଟାଲାଇଯେସନ ବଢେ ପୂର୍ବ ଭଳି ବ୍ୟବସ୍ଥା କରାଯିବ । ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛୁ । ପିକରେ କେତେ ପର୍ଯ୍ୟନ୍ତ ଯାଉଛି ତାହା ଉପରେ ନଜର ରଖିଛୁ । 

ସେହିପରି ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ପୁରୀରେ ୬୯ ଫାଷ୍ଟ ଏଡ଼ ସେଣ୍ଟର ଖୋଲାଯାଇଛି । ୫୮ଟି ଆମ୍ବୁଲାନ୍ସ ସର୍ଭିସ, ୧୧୪ଟି ଷ୍ଟେଚର ସର୍ଭିସ, ୧୪୫ ଜଣ ଡାକ୍ତର, ସାତ ଜଣ ଫୁଡ଼ ସେପେଟି ଅଫିସର, ୪୦ଜଣ ଫାର୍ମାସିଷ୍ଟ, ୩୦ ଜଣ ନର୍ସିଂ ଅଫିସର, ୪୫ଜଣ ହେଲ୍ଥ ଅଫିସର , ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୨୮୭ ବେଡ଼ ପ୍ରସ୍ତୁତ କରାଯାଇଛି । ସେପଟେ ପ୍ରବଳ ଗୁଳୁଗୁଳି ପାଇଁ ପୁରୀରେ ୨୬ଟି ଏସି ବେଡ଼ର ବ୍ୟବସ୍ଥା ହୋଇଛି। ପୁରୀ ହସ୍ପିଟାଲରେ ୨୦୦ ୟୁନିଟ ଲେଖାଏଁ ବିଭିନ୍ନ ଗ୍ରୁପର ବ୍ଲଡ଼ ବ୍ୟାଙ୍କ ପ୍ରସ୍ତୁତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.