oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଓମିକ୍ରନ୍‌ ଅଧିକ ସଂକ୍ରମଣ କରିବ, କିନ୍ତୁ ଗୁରୁତର ନୁହେଁ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

3/01/2022 at 11:36 AM

ଭୁବନେଶ୍ୱର ୦୩।୦୧: ଯେଉଁମାନେ ବିଦେଶରୁ ଫେରୁଛନ୍ତି । ସେମାନଙ୍କର ଟେଷ୍ଟ ହେଉଛି । ପଜିଟିଭ୍ ଆସିଲା ପରେ ଜିନମ୍‌ ସିକ୍ୟୁଏନ୍ସି କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରବିବାର ୨୩ ଜଣ ଓମିକ୍ରନ ଭିତରୁ ୧୯ ଜଣଙ୍କ ଲକ୍ଷଣ ନାହିଁ। ବହୁତ କମ୍ ଲୋକଙ୍କ ଠାରେ ସିମ୍‌ଟମ୍‌ ରହିଥିବା ବେଳେ ଅନ୍ୟମାନଙ୍କ ଠାରେ ମାଇଲଡ଼ ସିମ୍‌ଟମ୍‌ ରହିଛି। ସେମାନଙ୍କ ମଧ୍ୟରୁ ଲୋକାଲ ମଧ୍ୟ ରହିଛନ୍ତି। କମ୍ୟୁନିଟିରେ ଭାଇରସ ଅଛି । ଗୋଷ୍ଠୀରେ ଓମିକ୍ରନ ରହିଛି, ତାକୁ ଚିହ୍ନଟ କରାଯାଉଛି। ଓମିକ୍ରନ୍‌ ଅଧିକ ସଂକ୍ରମଣ କରିବ, ଗୁରୁତର ନୁହେଁ ।

ତେଣୁ ଭିଡ଼ ଜମାନ୍ତୁ ନାହିଁ। କୋଭିଡ ନିୟମ ମାନନ୍ତୁ। ନହେଲେ ସଂଖ୍ୟା ବଢିବ। ସରକାର ସବୁ ପ୍ରକାର ତଥ୍ୟ ନେଉଛନ୍ତି। ଜିଲ୍ଲାପାଳମାନେ ଗାଇଡଲାଇନ ଅନୁସାରେ କଟକଣା କରିବେ। ଲୋକାଲରେ ଓମିକ୍ରନ ଅଛି। ଚିହ୍ନଟ ହେଉଛି। ତେଣୁ ସଂକ୍ରମଣ ହେବ । ସମସ୍ତେ ସଚେତନ ହେବା ଦରକାର ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ସୁଦ୍ଧା ୩୭ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ଦିନ ଏକାଥରକେ ୨୩ ଜଣ ଓମିକ୍ରନ୍ ଚିହ୍ନଟ ହୋଇଥିଲା ।

   Related Posts