scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୋଷ୍ଠୀ ସଂକ୍ରମଣର ପ୍ରମାଣ ନାହିଁ, ଟିକା ହିଁ ଏକମାତ୍ର ଉପାୟ

1/01/2022 at 11:43 AM

ଭୁବନେଶ୍ୱର ୦୧।୦୧: ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ । ଆମ ରାଜ୍ୟରେ ଯେତିକି ପଜିଟିଭି୍‌ ରେଟ୍‌ ଅଛି । ସେହି ହିସାବରେ ସାମ୍ପୁଲ ସାଇଜନାହିଁ  ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ମହାରଷ୍ଟ୍ର ସହ ଅନ୍ୟ ରାଜ୍ୟରେ ଓମିକ୍ରନ ବଢୁଛି । ଆମକୁ ଏଥିପ୍ରତି ସଜାଗ ରହିବାକୁ ପଡିବ। ଆମ ରାଜ୍ୟରେ ବି ବଢୁଛି ସଂକ୍ରମଣ। ଗୋଷ୍ଠି ସଂକ୍ରମଣ ହେଉ ଅବା ନହେଉ କୋଭିଡ଼ ସଂକ୍ରମଣ ରହିଛି। ଭାଇରସ ଅଛି ମାନେ କେସ ଲୋଡ଼ ବଢିବ। ସବୁଠାରୁ ବଡ କଥା ହେଲା ସଂକ୍ରମଣକୁ ରୋକିବା । ଟିକା ହିଁ ସଂକ୍ରମଣ ରୋକିପାରିବ। ଆଜିର ଦିନରେ ସମସ୍ତଙ୍କୁ ଅନୁରାଧ କରୁଛୁ। ସମସ୍ତେ କୋଭିଡ ନିୟମ ମାନନ୍ତୁ। ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କ ସୁରକ୍ଷିତ ରଖିବା।

ଭାରତ ସରକାରଙ୍କ ପକ୍ଷରୁ ଗାଇଡ଼ ଲାଇନ ଦିଆଯାଇଛି। କେତେ ପଜିଟିଭିଟି ରେଟରେ, କଣ କରାଯିବ। ତାଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର। ମାନିଟରିଂ ଚାଲିଛି। ସ୍ୱାସ୍ଥ୍ୟ ସଚିବ ଏହାକୁ ମାନିଟରିଂ କରୁଛନ୍ତି। ପ୍ରୋଟୋକାଲ ଅନୁସାରେ ଆକ୍ସନ ନିଆଯାଉଛି। ଥଣ୍ଡା କାଶ ଲକ୍ଷଣ ଥିଲେ ଆସିକି ଟେଷ୍ଟ କରାନ୍ତୁ। ଖୋର୍ଦ୍ଧା ମେଡ଼ିକାଲ ହବ ଥିବାରୁ ଅଧିକ ସଂକ୍ରମଣ ରହୁଛି।

ଲୋକ ସଂଖ୍ୟା ଅଧିକ, ଚଳପ୍ରଚଳ ଅଧିକ ତେଣୁ ଖୋର୍ଦ୍ଧାରେ ବଢୁଛି। ଭାରତ ସରକାର ପଜିଟିଭିଟିରେଟ ଠାରୁ ଆମ ରାଜ୍ୟରେ କମ୍ ରହିଛି। ଯେତିକି ପଜିଟିଭ ବାହାରିବ ସେଗୁଡିକ ଜିନମ ସିକ୍ୟୁନସିଂ ପାଇଁ ପଠାଯିବ। ଜିନମ ସିକ୍ୟୁନସିଂ ପାଇଁ ସାମ୍ପୁଲ ସାଇଜ କରାଯାଏ। ଏବେ ବିଦେଶ ଫେରନ୍ତାଙ୍କର କରାଯାଉଛି।

   Related Posts