ପରିସ୍ଥିତିକୁ ସହଜ ଭାବେ ନିଅନ୍ତୁ ନାହିଁ, ସଂକ୍ରମଣ ରୋକିବାରେ ସମାଜର ବଡ଼ ଦାୟିତ୍ୱ

Published By : Prameya-News7 Bureau | December 22, 2021 IST

ଭୁବନେଶ୍ୱର ୨୨।୧୨: ପରିସ୍ଥିତିକୁ ଆମେ ସହଜଭାବରେ ନିଅନ୍ତୁ ନାହିଁ । ସଂକ୍ରମଣ ରୋକିବାକୁ କମ୍ୟୁନିଟିର ବଡ଼ ଦାୟିତ୍ୱ ରହିଛି । ସମସ୍ତେ ସହଯୋଗରେ ହାତ ବଢାଇଲେ ସଂକ୍ରମଣକୁ ରୋକି ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି  ରଖିବା ସହ ଆମର ସର୍ଭେଲାନ୍ସ  ଜାରି ରିହିଛି। ଲୋକମାନେ କୋଭିଡ କଟକଣାକୁ ମାନନ୍ତୁ । ଏହାଦ୍ୱାର ସଂକ୍ରମଣ ବଢାଇବାକୁ ସୁଯୋଗ ଦିଅନ୍ତୁ ନାହିଁ । କମ୍ୟୁନିଟିର ଗୋଟେ ବଡ ଦାୟିତ୍ୱ ରହିଛି । ସରକାରଙ୍କ ସହଭାଗିତାରେ ଟ୍ରାକିଙ୍ଗ ଆଉଟ ଆଉଟ୍ରେସିଙ୍ଗ ଜାରି ରହିଛି। ସରକାରଙ୍କ ସହଭାଗିତାରେ ପୂର୍ବପରି ପରିସ୍ଥିତିର  ମୁକାବିଲା କରାଯିବ। କେନ୍ଦ୍ର ସରକାର ସାଧାରଣ ମାର୍ଗଦର୍ଶିକା ଜାରି କରି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଥିରେ କୁହାଯାଇଛି ପଜେଟିଭ ରେଟ ୧୦ ପ୍ରତିଶତ ଓ ଅକ୍‌ସିଜେନ ବେଡ଼ ଯଦି ୪୦ ପ୍ରତିଶତ ଆବଶ୍ୟକ ହେଉଛି ତାହାଲେ କଣ୍ଟେନମେଣ୍ଟ  ମେଜର ନେବାକୁ କହିଛନ୍ତି। ଆମେ ସେହି ଦିଗରେ କାର୍ଯ୍ୟ କରୁଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.