ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ, ହୀରାକୁଦ୍ ଗେଟ୍ ନେଇ ସଂଧ୍ୟାରେ ନିଷ୍ପତ୍ତି- ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
16/08/2022 at 11:16 AM

ଭୁବନେଶ୍ୱର ୧୬।୦୮: ଆଗାମୀ ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ । ଏହାପରେ ଅପରାହ୍ନରେ ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ । ମୁଣ୍ଡଳିରେ ୧୦ ରୁ ୨୦ ହଜାର କ୍ୟୁସେକ୍ ଅଧିକ ପାଣି ଆସିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପଥରଲା, ଖଇରମାଳ, ବରମୂଳରେ ଜଳ ପ୍ରବାହ କମିଛି । ମୁଣ୍ଡଳୀରେ ଜଳସ୍ତର ବଢ଼ିଛି । ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରଭାହିତ ହୋଇଛି । ୧୧ ଲକ୍ଷ ୬୦ ହଜାର କ୍ୟୁସେକ ପାଣି ପାସ କରୁଛି । ଆଗକୁ ଏହା ୧୦ ରୁ ୨୦ ହଜାର କ୍ୟୁସେକ ବଢ଼ିପାରେ । ତାପରେ ମୁଣ୍ଡଳୀରେ ବି ଜଳ ପ୍ରବାହ କମିବ । ଅପରାହ୍ନରେ ହୀରାକୁଦର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ତେଲ ବେସିନରେ ମଧ୍ୟ ଜଳ ପ୍ରବାହ କମିବା ଆରମ୍ଭ କରିଛି । କିଛି ସ୍ଥାନରେ ଘଳିଆ ହୋଇଛି । ତାହାର ଆବଶ୍ୟକ ପଦକ୍ଷେପ ନିଆଯାଉଛି ।