୯ ହଜାର କୋଟିର ଘୋଟାଲା କରିଥିବା ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥଙ୍କ ଲଗ୍ଜରୀ ଲାଇଫଷ୍ଟାଇଲ କେମିତି ଜାଣନ୍ତୁ…

Published By : Prameya-News7 Bureau | September 18, 2019 IST

ମୁମ୍ବାଇ୧୮|୯: ବ୍ୟାଙ୍କରୁ ୯ ହଜାର କୋଟି ନେଇ ଫେରାର ହୋଇଥିବା ବିଜୟ ମାଲ୍ୟା ଏବେ ଲଣ୍ଡନରେ ନିର୍ବସିତ ଜୀବନ ବିତାଉଛନ୍ତି। ଅପରପକ୍ଷରେ ବିଜୟଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା ଖୁବ ଆରାମର ଜୀବନ ଯାପନ କରୁଛନ୍ତି। ସିଦ୍ଧାର୍ଥ ମାଲ୍ୟା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ସିଦ୍ଧାର୍ଥ ନିଜର ଅଧିକାଂଶ ଜିନିଷ ସୋସିଆଲ ମିଡିଆରେ ସେୟାର କରନ୍ତି। ନିକଟରେ ସିଦ୍ଧାର୍ଥ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି।

{"id":159283,"width":557,"height":557}

ଏହି ଫଟୋରେ ସେ ଏଫ-୧ ରେସରେ ଟ୍ରାକରେ ଏନ୍‌ଜଏ କରୁଥିବାର ଦେଖାଯାଉଛନ୍ତି। ସିଦ୍ଧାର୍ଥ ବଲିଉଡ ଅଭିନେତ୍ରୀ ନରଗିସ ଫକରୀ ଓ ଡ୍ୟୁକ୍‌ ବଣ୍ଟରଙ୍କ ସହ ଏହି ଫଟୋ ଲସ ଆଂଜେଲିସର ସେଣ୍ଟ୍ରାଲ ପାର୍କରେ କ୍ଲିକ୍‌ କରିଛନ୍ତି।

{"id":159284,"width":566,"height":482}

ସିଦ୍ଧାର୍ଥଙ୍କର ଏହି ଫଟୋ ସେ କ୍ରିକେଟର କ୍ରିସ ଗେଲଙ୍କ ସହ ପାର୍ଟି କରୁଥିବାର ନଜର ଆସିଛନ୍ତି। ତାଙ୍କ ସହ ଅନେକ ହଟ ମଡେଲ ମଧ୍ୟ ଉପସ୍ଥିତ ଅଛନ୍ତି।

{"id":159285}

ମଜା ମସ୍ତି ବ୍ୟତୀତ ସିଦ୍ଧାର୍ଥଙ୍କୁ ହାଇବ୍ରିଡ କୁକୁର ପାଳିବାର ସଉକ ଅଛି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ସେ ଏଭଳି ସବୁବେଳେ ରହିପାରିବେ।

{"id":159286}

ସିଦ୍ଧାର୍ଥ ମାଲ୍ୟା କାଲିଫର୍ଣ୍ଣିୟାର କୋଚେଲାରେ ନିଜ ସାଙ୍ଗ ସାଥିଙ୍କ ସହ ମସ୍ତି କରିବାର ଦେଖାଯାଉଛନ୍ତି।

{"id":159287,"width":538,"height":520}

ଅଷ୍ଟ୍ରିୟା ଭିଆନାରେ ମଡେଲ ଭିକ୍‌ଟୋରିୟା ବେକର ହାର୍ବରକେଙ୍କ ସହ ଡାନ୍ସ ପାର୍ଟି କରିବାରେ ନଜର ଆସିଛନ୍ତି ବିଜୟଙ୍କ ପୁଅ ସିଦ୍ଧାର୍ଥ।

{"id":159288,"width":541,"height":547}

ସୋସିଆଲ ମିଡିଆରେ ସିଦ୍ଧାର୍ଥ ନିଜ ଇନ୍‌ଷ୍ଟାଗ୍ରାମରେ ଆମେରିକାର ପୂର୍ବ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ସହ ଫଟୋ ସେୟାର କରିଛନ୍ତି।

{"id":159289}

ଏହି ଫଟୋ ସିଦ୍ଧାର୍ଥ ମଲିବୁ ବିଚ୍‌ରେ ନିଜ ବନ୍ଧୁ ଆଶିଷ ଦୁଗରଙ୍କ ସହ କ୍ଲିକ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.