ଦଳ ଛାଡିବା ନେଇ ଇସାରା ଦେଇଛନ୍ତି ବିଜୟ ଓ ଦିଲ୍ଲୀପ : ଏବେ ପ୍ରଶ୍ନ ଉଠିଛି ଉଭୟ ଦଳ ଛାଡିବା ପରେ ଶଙ୍ଖ ଧରିବେ କି ?

Published By : Prameya-News7 Bureau | November 26, 2018 IST

ଭୁବନେଶ୍ୱର ୨୬/୧୧ : ଦଳ ଛାଡିବେ ବିଜେପିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର । ବିଧାୟକ ପଦ ଛାଡିବା ନେଇ ବିଧାୟକ ଦିଲ୍ଲୀପ ରାୟ ଇସାରା ଦେବା ପରେ ସେଥିରେ ହଁ ମାରିଛନ୍ତି ବିଜୟ । ଦୁହେଁ ବସି ଖୁବ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଖୋଲାଖୋଲି କହିଛନ୍ତି ବିଜୟ ମହାପାତ୍ର । ସେପଟେ ବିଜେପି କହିଛି ଦଳରେ ଯିଏ ଯେମିତି କାମ କରିବ ସିଏ ସେମିତି ସମ୍ମାନ ପାଇବ ବିଜେପି କେବେ କାହାକୁ ଅସମ୍ମାନ କରେନି । ଦିଲ୍ଲୀପଙ୍କ ପରେ ପରେ ବିଜୟ ।  ଦଳ ଛାଡିବେ ବିଜେପିର ଏହି ଦୁଇ ଭେଟରାନ । ବିଜେପି ବିଧାୟକ ଦିଲ୍ଲୀପ ରାୟ ବିଧାୟକ ପଦ ଛାଡିବା ନେଇ ଇସାରା ଦେଇଥିବା ବେଳେ ଏବେ ସେଥିରେ ହିଁ ମାରିଛନ୍ତି ବିଜୟ । ରାଉରକେଲାରେ ଆଇଜିଏଚ ହସ୍ପିଟାଲ ଓ ବ୍ରାହ୍ମଣୀ ସେତୁ ତିଆରି ପ୍ରସଙ୍ଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଲ୍ଲୀପ । ଆଉ ସେଥିଲାଗି ସେ ଲୋକଙ୍କ ପାଖରେ ନିନ୍ଦିତ ହେଉଥିବାରୁ ଦଳ ସାଥ ଛାଡିବା ନେଇ ନିଷ୍ପତ୍ତି ନେଇ ପାରନ୍ତି ବୋଲି କହିଥିଲେ । ତେବେ ବିଜୟ ଦିଲ୍ଲୀପଙ୍କ ସହ ସ୍ବର ମିଳାଇ କହିଛନ୍ତି ଦିଲ୍ଲୀପ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ସମସ୍ତେ ଜାଣିଛନ୍ତି । ଯେତେବେଳେ ଜଣେ ବିଧାୟକ ନିଜ ଅଞ୍ଚଳରେ ଅପମାନିତ ଓ ନିନ୍ଦିତ ହେବେ ସେତେବେଳେ ସେ ବାଧ୍ୟ ହୋଇ ଏମିତି ନିଷ୍ପତ୍ତି ନେବେ । ଆଗକୁ କଣ କରିବୁ ଆମେ ୨ ଜଣ ବସିବୁ ଓ ଏବଂ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ବିଜୟ । ରାଜ୍ୟ ରାଜନୀତିରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଏକାଠି ନିଷ୍ପତ୍ତି ନିଅନ୍ତି । ବିଜେପିର ଜାତୀୟ କାର୍ଯ୍ୟକାରୀଣୀ ସଦସ୍ୟ ଥିବା ଏହି ଦୁଇ ନେତା ଏବେ ନିଜ ଦଳରୁ ଏକ ପ୍ରକାରର ସଂପର୍କ ତୁଟାଇ ସାରିଛନ୍ତି । ଦଳୀୟ କାର୍ଯ୍ୟାଳୟ ଓ ଦଳର କୈଣସି କାର୍ଯ୍ୟକ୍ରମରେ ଉଭୟଙ୍କ ସଂପୃକ୍ତି ଥିବା ଦେଖାଯାଉନି। ଏବେ ଏହି ନେତା ଦଳ ଛାଡିବା ଇସାରା ଦେବା ପରେ ବିଜେପି କହିଛି ଦଳରେ କେହି ଅଲଡୋ ନୁହନ୍ତି ।  ଯିଏ ଯେମିତି କାମ କରିବ ସିଏ ସେମିତି ସମ୍ମାନ ପାଇବ । ସେପଟେ ମାପିଚୁପି ମତ ରଖିଛନ୍ତି କଂଗ୍ରେସ ଓ ବିଜେଡି । ଯଦି ଦିଲ୍ଲୀପ ବିଜୟ ବିଜେପି ଛାଡ଼ିବେ, ତେବେ ସେମାନଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ହେବ? କଣ ଉଭୟ ଶଙ୍ଖ ଧରିବେ କି। ନା ଉଭୟ ଆଗାମୀ ନିର୍ବାଚନରେ ପୁଣି ନିଜ ଦମରେ ନିର୍ବାଚନ ଲଢ଼ିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.