ନୂଆଦିଲ୍ଲୀ, ୧୪/୦୪: ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ୧୧ ହଜାରରୁ ଅଧିକ ନୃତ୍ୟ ଶିଳ୍ପୀ ଏବଂ ଡ୍ରମ୍ ବାଦକ ବିହୁ ନୃତ୍ୟ ପରିବେଷଣ କରି ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଗୁରୁବାର ଆସାମର ପାରମ୍ପରିକ ବିହୁ ନୃତ୍ୟ ପରିବେଷଣ କରିଛନ୍ତି ୧୧,୩୦୦ ନୃତ୍ୟଶିଳ୍ପୀ ଏବଂ ଡ୍ରମ୍ ବାଦକ। ଆଉ ଏମିତି କରି ବିଶ୍ବ ରେକର୍ଡରେ ନାଁ ପକ୍କା କରିଛି ଆସାମ। ଏନେଇ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ଗୁରୁବାରର କାର୍ଯ୍ୟକ୍ରମ ଆସାମର ଲୋକ ନୃତ୍ୟର ସବୁଠାରୁ ବଡ଼ ପ୍ରଦର୍ଶନ ଥିଲା ବୋଲି କହିଛନ୍ତି ହିମନ୍ତ ବିଶ୍ବଶର୍ମା। ଖାଲି ସେତିକି ନୁହେଁ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଏହି ନୃତ୍ୟ ପରିବେଷଣ କରାଯାଇଛି।
{"id":772637,"sizeSlug":"full","linkDestination":"none"}ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡ୍ସର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ହୋଇଥିଲା ଏବଂ ବିହୁ ନୃତ୍ୟୁ ଏବଂ ଢ଼ୋଲ ପରିବେଷଣ କରି ଏହି ପୁରସ୍କାର ପାଇଛନ୍ତି । ଏହା ସହ ’ଗମୋସା’ ପାଇଁ ହିମନ୍ତ ବିଶ୍ବ ଶର୍ମା ଏହା ସହ ଭୌଗୋଳିକ ସୂଚକ ପଞ୍ଜୀକରଣ ପ୍ରମାଣପତ୍ର ପାଇଁଛନ୍ତି , ଗମୋସା ହେଉଛି ପାରମ୍ପରିକ ଆସାମିଜ୍ ଉତ୍ତରୀୟ। ଗାମୋସାକୁ ଗତ ଡିସେମ୍ବରରେ ଜିଆଇ ଟ୍ୟାଗ୍ ମିଳିଥିଲା। ତେବେ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସାର୍ଟିଫକେଟ୍ ପ୍ରଦାନ କରିଛନ୍ତି।
{"id":772635,"sizeSlug":"full","linkDestination":"none"}