suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିହାର ମହାମୁକାବିଲା: ସୁରୁଖୁରୁରେ ସରିଲା ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍, ମତାଧିକାର ସାବ୍ୟସ୍ତ କଲେ ୫୪.୧୫% ମତଦାତା

3/11/2020 at 7:56 PM

ପାଟନା ୦୩।୧୧:  ବିହାରରେ ସରିଲସ ଦ୍ଵିତୀୟ ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ । ଛୋଟ ମୋଟ ହିଂସାକୁ ଛାଡିଦେଲେ ବିହାରରେ ମତଦାନ ସୁରୁଖୁରୁରେ ସରିଛି । ପ୍ରଥମ ପରି ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ୫୪.୧୫ ପ୍ରତିଶତ ରହିଛି। ୧୭ ଜିଲ୍ଲାରେ ୯୪ ଆସନ ପାଇଁ ହୋଇଥିବା ମତଦାନ ପରେ ୧୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସାମିଲ ହୋଇ ଯାଇଛି। ୨ କୋଟି ୮୬ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଦ୍ବିତୀୟ ପର୍ଯ୍ୟାୟରେ ବିହାରରେ ବିଭିନ୍ନ ହେଭିୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା । ବିହାରରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୧୭ ଜିଲ୍ଲାର ୯୪ ଆସନ ପାଇଁ ମତଦାନ ସରିଛି । ୧ ହଜାର ୪୬୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୨ କୋଟି ୮୬ ଲକ୍ଷ ଭୋଟର । ଏମାନଙ୍କ ମଧ୍ୟରେ ଅଛନ୍ତି ୧୪୬ ଜଣ ମହିଳା ପ୍ରାର୍ଥୀ । ସକାଳ ୭ ଟାରୁ ଆରମ୍ଭ ହୋଇଥିଲା  ଭୋଟ୍ ଗ୍ରହଣ । ଏହା ସଂଧ୍ୟା ୬ ଟା ଯାଏଁ ଚାଲିଥିବା ବେଳେ ୮ ଟି ନକ୍ସଲ ଅଧ୍ୟୁଷିତ ନିର୍ବାଚନ ମଣ୍ଡଳୀରେ ଅପରାହ୍ଣ ୪ ଟାରେ ମତଦାନ ଶେଷ ହୋଇଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟାନା ସ୍ଥିତ ଦୀଘାର ଏକ ସରକାରୀ ସ୍କୁଲରେ ଭୋଟ ଦେଇଥିଲେ । ସେହିପରି ଆରଜେଡି ନେତା ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ମତଦାନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ, ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ପାଟନାର ସେଣ୍ଟ ଜୋସେଫ ହାଇସ୍କୁଲରେ ଭୋଟ୍ ଦେଇଥିଲେ । ସେହିପରି ଏଲଜେପି ମୁଖ୍ୟ ଚିରାଗ ପାଶୱାନ ଲାଇନରେ ଠିଆ ହୋଇ ଭୋଟ ଦେଇଥିବା ଦେଖିବାକୁ ମିଳିଥିଲା 

ବେତିଆର ନୌତନ ବିଧାନସଭା ଆସନର କୋତରାହରର ଏକ ବୁଥ୍‌ ମତଦାନ ଚାଲିଥିବା ବେଳେ ପୋଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଲୋକେ ଇଭିଏମ୍ ମେସିନ୍ ଭାଙ୍ଗି ଦେଇଥିଲେ । ଏଭଳି କିଛି ସ୍ଥାନରେ ଛୋଟମୋଟ ହିଂସାକୁ ଛାଡିଦେଲେ ବିହାରରେ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ସୁରୁଖୁରୁରେ ସରିଛି । ବିଜେପି ଓ ଜେଡିୟୁ ପରି ଅଂଶୀଦାର ଥିବା ଏନଡିଏ ଏବଂ ରାଷ୍ଟ୍ରୀୟ ଜନତା ଦଳ ନେତୃତ୍ବାଧୀନ ମହାମେଣ୍ଟ ପାଇଁ ଦ୍ବିତୀୟ ପର୍ଯ୍ୟାୟ ନିର୍ଣ୍ଣାୟକ ହେବ। ଏହି ପର୍ଯ୍ୟାୟରେ ବିଜେପି ୪୬, ଜେଡିୟୁ ୪୩, ଆର୍ ଜେଡି ୫୬ ଆସନରେ ନିର୍ବାଚନ ଲଢ଼ୁଥିବାବେଳେ କଂଗ୍ରେସ ୨୪, ଏଲ୍ ଜେପି ୫୨, ଆର୍ ଏଲଏସ୍ ପି ୩୬ ବିକାଶଶୀଳ ଇନ୍ ସାନ୍ ପାର୍ଟି ୫ ଆସନରେ ନିର୍ବାଚନ ଲଢୁଛି ।

ସେପଟେ ଶେଷ ପର୍ଯ୍ୟାୟ ପାଇଁ  ଭୋଟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅରରିୟା, ସହରସା, ଆଦି ସ୍ଥାନରେ ନିର୍ବାଚନ ପ୍ରଚାର କରିଥିଲେ । ସେହିପରି  ରାହୁଲ କତିହାର ସମେତ କେତେକ ସ୍ଥାନରେ ନିର୍ବାଚନ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର  ମଧୁବନି ହରଲାଖି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ପଥର ଓ ପିଆଜ ଫିଙ୍ଗିଥିଲେ । ଆରଜେଡି ନେତା ତେଜସ୍ବୀ ଯାଦବ ବି କେତେକ ସ୍ଥାନରେ ନିର୍ବାଚନ ପ୍ରଚାର କରିଥିଲେ ।

   Related Posts