ଭାଗଲପୁର ୧୪/୧ : ପ୍ରେମିକାଙ୍କ ପରିବାର ବିବାହ ପାଇଁ ରାଜି ନହେବାରୁ ଆତ୍ମହତ୍ୟା କଲେ ଯୁବକ | ଘଟଣା ବିହାରର ଭାଗଲପୁର ଜିଲ୍ଲାର | ଆତ୍ମହତ୍ୟା ବେଳେ ଯୁବକ ଫେସବୁକରେ ଲାଇଭ ସୂଈସାଇଡ କରିଥିଲେ | ମୃତକ ଯୁବକ ହେଲେ ଗଗନ ସିଂ | ତାଙ୍କ ଘର ସମ୍ଭୁଗଂଜରେ | ସେ ମାଗଲପୁରର ଏକ କ୍ଲିନିକରେ କମ୍ପାଉଣ୍ଡର ଭାବେ କାମ କରୁଥିଲେ | ସେ ଫେସବୁକରେ ଲାଇଭ ସୂଈସାଇଡ କରିଥିଲେ | ପରିବାରଲୋକେ ଘଟଣା ସମ୍ପର୍କରେ ଜାଣିବାପରେ ପୋଲିସକୁ ଖବର ଦେଇଥିଲେ |
{"id":73876}ସୂଚନାଯୋଗ୍ୟ ଯେ, ଫେସବୁକରେ ପୁଅ ଲାଇଭ ସୂଈସାଇଡ କରୁଥିବା ଜାଣି ଘରଲୋକେ ସଂଗେସଂଗେ ପୁଅ ରହୁଥିବା ରୁମରେ ପହଂଚିଥିଲେ | ଘର କବାଟ ଭିତର ପଟୁ ବନ୍ଦ ଥିଲା | ଘରଲୋକେ କବାଟ ଭାଙ୍ଗି ଭିତରକୁ ପଶି ଦେଖିଲେ ପୁଅର ମୃତଦେହ ପଙ୍ଖାରେ ଝୁଲୁଛି | ଗଗନ ଫେସବୁକରେ ଲାଇଭ ସୂଈସାଇଡ ଛଡା ୨ ପୃଷ୍ଠାର ଏକ ସୂଈସାଇଡ ନୋଟ ମଧ୍ୟ ଲେଖିଥିଲେ | ସେ ଯୁବତୀଙ୍କୁ ଭଲ ପାଉଥିବା ସୂଈସାଇଡ ନୋଟରେ ଲେଖିଥିଲେ | ସୂଈସାଇଡ ନୋଟରେ ଗଗନ ପ୍ରେମିକାଙ୍କ ନାଁ ମଧ୍ୟ ଲେଖିଥିଲେ | ସେ ଲେଖିଥିଲେ ଯେ, ତାଙ୍କ ପ୍ରେମିକାଙ୍କ ଘରଲୋକେ ଉଭୟଙ୍କ ବାହାଘର ପାଇଁ ରାଜି ନଥିଲେ | ସେଥିପାଇଁ ସେ ଆତ୍ମହତ୍ୟା କରୁଛନ୍ତି | ତାଙ୍କର ଆତ୍ମହତ୍ୟା କରିବା ପଛରେ କେହିବି ଦାୟୀ ନୁହନ୍ତି ବୋଲି ସେ ନୋଟ କହିଥିଲେ |
{"id":73877}ତାଙ୍କ ଆତ୍ମହତ୍ୟା ପରେ କାଳେ କିଏ ମିଛ କେସରେ ଫସିଯିବ ସେଥିପାଇଁ ସେ ଫେସବୁକରେ ଲାଇଭ ସୂଈସାଇଡ କରୁଛନ୍ତି ବୋଲି ସୂଈସାଇଡ ନୋଟରେ ଲେଖିଥିଲେ | ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସୂଈସାଇଡ ନୋଟ ମଧ୍ୟ ଜବତ କରିଛି | ସୂଈସାଇଡ ନୋଟ ଏବଂ ଲାଇଭ ଭିଡିଓକୁ ଯାଞ୍ଚ କରାଯିବ ବୋଲି ପୋଲିସ ସୂଚନା ଦେଇଛି |