ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ପରୀକ୍ଷା ହଲ୍‌ରେ ଥିଲେ ୫୦୦ ଝିଅ, ନିଜକୁ ଏକୁଟିଆ ପାଇ ଛାତ୍ରଙ୍କ ଉଡିଗଲା ହୋସ୍

2/02/2023 at 2:11 PM

ବିହାର ୦୨/୦୨: ବିହାରର ନାଳନ୍ଦାରେ ଘଟିଛି ଅଜବ ଘଟଣା । ପରୀକ୍ଷା ସେଣ୍ଟରରେ ବେହୋସ ହୋଇଗଲେ ଛାତ୍ର । ସରିଫ ଅଲ୍ଲାମା ଇକବାଲ କଲେଜରେ ଘଟିଛି ଏହି ଘଟଣା । ଏଠାରେ ମନୀଷ ନାମକ ଛାତ୍ର ପରୀକ୍ଷା ଦେବାକୁ ଯାଇ ହୋଇପଡିଥିଲେ ଚେତାଶୂନ୍ୟ ।

ଏତେ ସଂଖ୍ୟକ ଛାତ୍ରୀଙ୍କ ଭିତରେ ନିଜକୁ ଏକୁଟିଆ ପାଇ ଉଡିଯାଇଥିଲା ତାଙ୍କ ହୋସ୍ । କାରଣ ସେଠାରେ ତାଙ୍କୁ ଛାଡି ଅନ୍ୟ କୌଣସି ଛାତ୍ର ନଥିଲେ । ତୁରନ୍ତ ତାଙ୍କୁ ଅଣାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଥାଉକି, ଛାତ୍ର ମନୀଷ ଶଙ୍କରଙ୍କର ଇଣ୍ଟର ପରୀକ୍ଷା ସେଣ୍ଟର ବ୍ରିଲିୟନ୍ ସ୍କୁଲରେ ପଡିଥିଲା । ମନୀଷ ପରୀକ୍ଷା ଦେବାକୁ ପହଞ୍ଚିଥିଲେ । ହେଲେ ସେଠାରେ ତାଙ୍କ ଛଡା ଦ୍ୱିତୀୟ ଛାତ୍ରଟିଏ ସେଠାରେ ନଥିଲେ । ସେଠାରେ ପାଖାପାଖି ୫୦୦ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ ।

ଏତେ ସଂଖ୍ୟକ ଛାତ୍ରୀଙ୍କ ଭିତରେ ନିଜକୁ ଏକା ପାଇ ଚିନ୍ତାରେ ପଡିଯାଇଥିଲା ମନୀଷ । କଣ କଣ କରିବେ ଭାବି ଭାବେ ହୋଇପଡିଥିଲେ ସଂଜ୍ଞାହୀନ । ତାଙ୍କ ଅବସ୍ଥା ଏମିତି ହୋଇଥିଲା ଯେ, ତାଙ୍କୁ ସଂଗେ ସଂଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ଥିବା ଜଣାପଡିଛି ।

   Related Posts