ଛାତ୍ରଛାତ୍ରୀଙ୍କୁ ଗୀତ ମାଧ୍ୟମରେ ଇଂରାଜୀ ପଢ଼ାଉଥିବା ଶିକ୍ଷକଙ୍କ ଭିଡିଓ ଭାଇରାଲ: ଅମିତାଭ କଲେ ପ୍ରଶଂସା

Published By : Prameya-News7 Bureau | January 14, 2019 IST

ପାଟଣା ୧୪/୧ : ଛୋଟ ପିଲାଙ୍କୁ ନୂଆ ଭାଷା ଶିକ୍ଷା ଦେବା କମ କଷ୍ଟ ନୁହେଁ | ମାତୃଭାଷାଠାରୁ ଭିନ୍ନ ଭାଷା ଶିଖାଇବା ନିଶ୍ଚୟ କାଠିକର ପାଠ | ତେବେ ଏହି ଅସୁବିଧାକୁ  ଦୂର କରି ସହଜ ଉପାୟରେ ପଢ଼ାଇବା ପାଇଁ ବିହାରର ଜଣେ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଗୀତ ମାଧ୍ୟମରେ ଇଂରାଜୀ ପଢ଼ାଉଛନ୍ତି | ଶିକ୍ଷକଙ୍କ ଏହି ଗୀତ ଗାଇ ପଢ଼ାଇବା ଶୈଳୀ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ବ୍ୟଞ୍ଜନ ବର୍ଣ୍ଣ ଏବଂ ସ୍ୱରବର୍ଣ୍ଣର ପାର୍ଥକ୍ୟ ଗୀତ ମାଧ୍ୟମରେ ଶିଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି |

{"id":73822,"width":576,"height":584}

ଏହି ଭିଡିଓ ପ୍ରଥମେ କବି କୁମାର ବିଶ୍ୱାସ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ | କବି କୁମାର ଭିଡିଓରେ କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଟ୍ୟାଗ କରିଥିଲେ | କୁମାର ବିଶ୍ୱାସଙ୍କ ଟ୍ୱିଟ ପରେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଜୋରସୋରରେ ବ୍ୟାପିବାରେ ଲାଗିଲା | ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ ଏହି ଭିଡିଓକୁ ବହୁତ ପ୍ରଶଂସା କରିବା ସହ ସେୟାର ମଧ୍ୟ କରିଛନ୍ତି | ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ଭିଡିଓ କେଉଁ ସ୍କୁଲର ଏବଂ ପିଲାଙ୍କୁ ସରଳ ଉପାୟରେ ପଠାଉଥିବା ଶିକ୍ଷକ ଜଣକ କିଏ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.