ମିଳିଲାନି ବସ୍, ମାଲଗାଡୀରେ ଗଲେ ପରୀକ୍ଷାର୍ଥୀ: ଭିଡିଓ ଭାଇରାଲ୍ ପରେ ରେଳବାଇ ଅଧିକାରୀଙ୍କ ସଫେଇ

Published By : Prameya-News7 Bureau | December 23, 2020 IST

ବକ୍ସର ୨୩/୧୨ : ବିହାରରେ ରେଳବାଇର ଅବହେଳା ସାମ୍ନାକୁ ଆସିଛି। ମାମଲା ବକ୍ସରର। ବକ୍ସରର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ନିଜ ଜୀବନକୁ ବିପଦରେ ପକାଇ ପରୀକ୍ଷାର୍ଥୀ ଖୋଲା ଡବାରେ ଯାତ୍ରା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ବକ୍ସର ଜିଲ୍ଲାରେ ବନ ବିଭାଗ ପରୀକ୍ଷା ଚାଲିଛି। ପରୀକ୍ଷା ପାଇଁ ଅନ୍ୟ ଜିଲ୍ଲାରୁ ପରୀକ୍ଷାର୍ଥୀ ଆସିଥିଲେ। ଟ୍ରେନ୍ ଚାଲୁନଥିବାରୁ ପରୀକ୍ଷାର୍ଥୀ ମାଲଗାଡୀରେ ଚଢି ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାଧ୍ୟ ହୋଇଥିଲେ। ଭାଇରାଲ୍ ହୋଇଥିବା ଭିଡିଓ ଡୁମରାଓ ଷ୍ଟେସନର। ପରୀକ୍ଷାର୍ଥୀ ମାଲଗାଡୀରେ ବସି ଯାଉଥିବା ଭିଡିଓରେ ସ୍ପଷ୍ଟ ଦେଖାଦେଇଛି।

wp:embed {"url":"https://www.youtube.com/embed/UStU5iajP4o","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/UStU5iajP4o
/wp:embed

ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ରେଳବାଇ ଅଧିକାରୀ ସଫେଇ ଦେଇଛନ୍ତି। ଫୋନରେ ସେ କହିଛନ୍ତି ଯେ ବନ ବିଭାଗ ପରୀକ୍ଷା ହେବା ନେଇ ରେଳବାଇକୁ ସୂଚନା ଦିଆଯାଇନଥିଲା କିନ୍ତୁ ଭିଡିଓ ସତ। ସେ କହିଛନ୍ତି, ବକ୍ସର ଷ୍ଟେସନରୁ ମାଲଗାଡୀରେ ବସି ପରୀକ୍ଷାର୍ଥୀ ପାଟନା ଯାଏଁ ଯାଇଛନ୍ତି। ରେଳବାଇର ଅଧିକାରୀ ଏ ସମ୍ପର୍କରେ ମତାମତ ଦେବା ପାଇଁ ରାଜି ନୁହନ୍ତି, କାରଣ ଏହା ଏକ ଗମ୍ଭୀର ମାମଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.