ଇମ୍ରାନ ହାସମୀ ଓ ସନି ଲିଓନିଙ୍କ ୨୦ ବର୍ଷିୟ ପୁଅ ଦେଉଛି ସ୍ନାତକ ପରୀକ୍ଷା

Published By : Prameya-News7 Bureau | December 10, 2020 IST

ମୁଜାଫରପୁର ୧୦/୧୨ : ବିହାର ମୁଜାଫରପୁରର ଏକ କଲେଜରେ ସ୍ନାତକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ତିଆରି କରିବାରେ ବିଶ୍ୱ ବିଦ୍ୟାଳୟ ପ୍ରବନ୍ଧନଙ୍କ ଦାୟିତ୍ବହୀନତା ସାମ୍ନାକୁ ଆସିଛି। ଅନଲାଇନ ଆଡମିଟ୍ କାର୍ଡରେ ଜଣେ ଛାତ୍ରଙ୍କ ପିତାଙ୍କ ନାଁ ଇମ୍ରାନ ହାସମୀ ଓ ମାତାଙ୍କ ନାଁ ସନି ଲିଓନି ଲେଖାଯାଇଛି। ଛାତ୍ରଙ୍କ ଘର ଠିକଣା ଜାଗାରେ ମୁଜାଫରପୁର ରେଡ ଲାଇଟ୍ ଏରିଆ ଚତୁର୍ଭୁଜା ସ୍ଥାନର ଠିକଣା ଲେଖା ହୋଇଛି। ଛାତ୍ରଙ୍କ ଏହି ଆଡମିଟ କାର୍ଡ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେଉଛି। 

ମାମଲା ମୁଜାଫରପୁର ମିନାପୁର ଅଞ୍ଚଳର ଯେଉଁଠାରେ ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱ ବିଦ୍ୟାଳୟର ଧନରାଜ ମହତୋ କଲେଜରେ ପଢ଼ୁଥିବା କୁନ୍ଦନ କୁମାର ନାମକ ଛାତ୍ରଙ୍କ ଆଡମିଟ କାର୍ଡରେ ମାତାଙ୍କ ନାଁ ଜାଗାରେ ସନି ଲିଓନି ଓ ପିତାଙ୍କ ନାଁ ଜାଗାରେ ଇମ୍ରାନ ହାସମୀ ଳେଖଯାଇଛି। ଛାତ୍ରଙ୍କ ଘର ଠିକଣା ଚତୁର୍ଭୁଜା ସ୍ଥାନ ଲେଖାଯାଇଛି।

{"id":375547,"sizeSlug":"large","linkDestination":"none"}

ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ସ୍ନାତକ ପାର୍ଟ-୨ ଫର୍ମ ଫିଲଅପ୍ ସମୟରେ ଛାତ୍ରଙ୍କ ମାତା-ପିତାଙ୍କ ନାଁ କିଭଳି ବଦଳିଗଲା। ଯଦି ପାର୍ଟ-୧ ରେ ମଧ୍ୟ ଏହି ନାଁ ଥିଲା ତାହେଲେ ତାହେଲେ ସେତେବେଳେ କାହିଁକି ଯାଞ୍ଚ ହେଲା ନାହିଁ ?

ଏ ସମ୍ବନ୍ଧରେ ବିହାର ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ରାମ କୃଷ୍ଣ ଠାକୁର କହିଛନ୍ତି ଯେ ମାମଲା ସମ୍ପର୍କରେ ସୂଚନା ମିଳିଛି। ତେବେ ଏହା କାହାର ଦୁଷ୍ଟାମୀ ହୋଇଥାଇପାରେ ବୋଲି ସେ ସନ୍ଦେହ କରି କହିଛନ୍ତି। ମାମଲାର ଯାଞ୍ଚ ହେଉଛି ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.