ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଜାନୁଆରୀ ୪ରୁ ଖୋଲିବ ସ୍କୁଲ ଓ କଲେଜ, ସରକାର ଜାରି କଲେ ଗାଇଡଲାଇନ୍, ସ୍କୁଲରେ ଦିଆଯିବ ମାଗଣା ମାସ୍କ

19/12/2020 at 12:32 PM

ପାଟନା, ୧୯|୧୨ :  କରୋନା ସଂକ୍ରମଣ କାରଣରୁ ଗତ ମାର୍ଚ୍ଚ ମାସରୁ ବିହାରରେ ବନ୍ଦ ଥିବା ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ପୁଣି ଖୋଲିବ । ରାଜ୍ୟ ସରକାର ଏହି ସବୁ ସଂସ୍ଥାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ୪ ଜାନୁଆରୀରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଶିକ୍ଷାଅନୁଷ୍ଠାନ ସରକାର ଖୋଲିବାକୁ ଯାଉଛନ୍ତି ।

ପ୍ରଥମେ ନବମ ଓ ଦଶମ ଶ୍ରେଣୀ ପିଲା ସ୍କୁଲ ଯିବେ । ଏହାପରେ ସମୀକ୍ଷା କରାଯିବ । ଜାନୁଆରୀ ୧୮ ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇପାରନ୍ତି । ଏଥିପାଇଁ ବିହାର ସରକାର ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି ।

ଜାନୁଆରୀ ୪ରୁ ନବମରୁ ଦ୍ୱାଦଶ ଶ୍ରେଣୀଯାଏଁ ପିଲା ସ୍କୁଲ ଯିବେ । କଲେଜ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ । ଗୋଟିଏ ସପ୍ତାହ ପରେ ସ୍ଥିତିର ସମୀକ୍ଷା କରାଯିବ ।ସମୀକ୍ଷାରେ ସବୁକିଛି ଠିକ୍ ରହିଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଏହାପରେ ନିୟମିତ ସ୍ଥିତିର ସମୀକ୍ଷା କରାଯିବ ।

ସ୍କୁଲ ଓ କଲେଜରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଛାତ୍ରଛାତ୍ରୀ ଓ କର୍ମଚାରୀ ସାମାଜିକ ଦୂରତା ପାଳନ କରିବେ ।  ଅଧା ପିଲା ଗୋଟିଏ ଦିନ ସ୍କୁଲ ଆସିଲେ ଆଉ ଅଧା ପିଲା ପରଦିନ ସ୍କୁଲ ଆସିବେ । ସରକାରୀ ସ୍କୁଲରେ ପିଲାଙ୍କୁ ମାଗଣାରେ ମାସ୍କ ଦିଆଯିବ । ଶିକ୍ଷକଙ୍କ ସହ ପିଲାଙ୍କୁ ଦୁଇଟି ଲେଖାଏଁ ମାସ୍କ ମିଳିବ । ସେହିପରି କୋଚିଂ ସେଣ୍ଟର ପାଇଁ ମଧ୍ୟ ଗାଇଡଲାଇନ୍ ଜାରି କରାଯାଇଛି ।

   Related Posts