ବିହାରରେ ମାତିଲା ଡେଙ୍ଗୁ; ଭାଙ୍ଗିଲା ୫ ବର୍ଷର ରେକର୍ଡ, ସେପ୍ଟେମ୍ବର ମାସରେ ସର୍ବାଧିକ

Published By : Prameya-News7 Bureau | October 01, 2023 IST

ପାଟନା: ବିହାରରେ ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଛି ଡେଙ୍ଗୁ ମାମଲା। ରାଜ୍ୟରେ ସେପ୍ଟେମ୍ବର ମାସରେ ୬, ୧୪୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହା ଗତ ୫ ବର୍ଷରେ ଗୋଟିଏ ମାସର ସଂଖ୍ୟା ତୁଳନାରେ ସର୍ବାଧିକ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।

ଚଳିତ ବର୍ଷ ରାଜ୍ୟରେ ମୋଟ ୬,୪୨୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ ସେପ୍ଟେମ୍ବରରେ ୬,୧୪୬ ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ଚିହ୍ନଟ ହୋଇଥିବା ଡେଙ୍ଗୁ ମାମଲା(୧୮୯୬) ଠାରୁ ଏହା ୩ ଗୁଣରୁ ଅଧିକ।   

ଶୁକ୍ରବାର ରାଜ୍ୟରେ ୪୧୬ ମାମଲା ଚିହ୍ନଟ ହୋଇଛନ୍ତି। ରାଜଧାନୀ ପାଟନାରେ କେବଳ ୧୭୭ ମାମଲା ଚିହ୍ନଟ ହୋଇଛି। ଏହା ପଛଖୁ ମୁଙ୍ଗେର ୩୩, ସରନ ୨୮, ଓ ବେଗୁସରାଇ ୧୭ ମାମଲା ଚିହ୍ନଟ ହୋଇଛି।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଭେକ୍ଟର ବୋର୍ନ ଡିଜିଜ୍ କଣ୍ଟ୍ରୋଲ୍‌ ସେଣ୍ଟରର ସୂଚନା ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଡେଙ୍ଗୁ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତବର୍ଷ ମୋଟ ୧୩,୯୭୨ ମାମଲା ଚିହ୍ନଟ ହୋଇଥିଲା।

ସେପ୍ଟେମ୍ବର୩୦ ପର୍ଯ୍ୟନ୍ତ ୧୨ ସରକାରୀ ଡାକ୍ତରଖାନାରେ ମୋଟ ୨୯୫ ରୋଗୀ ଚିକିତ୍ସିତ ହେଉଛନ୍ତି।  ସେଥିମଧ୍ୟରୁ ଭାଗଲପୁରର ଜବାହରଲାଲ ନେହେରୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୧୨୭, ପୱାପୁରୀର VIMS ରେ ୩୯ ଏବଂ ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୨୮ ଜଣ ଚିକିତ୍ସିତ ହେଉଛନ୍ତି।

ପଢ଼ନ୍ତୁ-ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟ ପାଇଁ ଘୋଷଣା କଲେ ୧୩,୫୦୦ କୋଟିର ପ୍ରକଳ୍ପ

ବିହାରର ପ୍ରଖ୍ୟାତ ଡାକ୍ତର ମନୋଜ କୁମାର କହିଛନ୍ତି ଯେ ଡେଙ୍ଗୁ ସମସ୍ୟାକୁ ନେଇ ଭୟ କରିବାର କିଛି ନାହିଁ। ଏହି ସମୟରେ ପ୍ରତିବର୍ଷ ଡେଙ୍ଗୁ ରୋଗ ବଢ଼ୁଛି। ତେବେ ଡେଙ୍ଗୁ ରୋଗରୁ ରକ୍ଷା ପାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଘର ଏବଂ ଆଖପାଖକୁ ପରିଷ୍କାର ରଖିବା ସହ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଖୋଲା ଦେହରେ ନ ରହି ଶରୀରକୁ ଆଚ୍ଛାଦିତ କରି ରଖନ୍ତୁ। ମଶା ଘଉଡାଇବା ଉପକଣ ସହ ମସାରି ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ଡେଙ୍ଗୁ ମଶାଙ୍କର ପ୍ରଜନନ ସ୍ଥାନ ଚିହ୍ନଟ କରି ଏହାକୁ ନିଷ୍ଟ କରାଯିବା ଉଚିତ୍।"

ଏନେଇ ପାଟନା ମ୍ୟୁନିସିପାଲଟି କର୍ପୋରେସନ କମିଶନର ଅନିମେଶ କୁମାର କହିଛନ୍ତି ଯେ ୧୪୦ ଗାଡ଼ି ଓ ହାତ ତିଆରି ଯନ୍ତ୍ର ସାହାଯ୍ୟରେ କ୍ୟାମିକାଲ ଧୂଆଁ ସ୍ପ୍ରେ କରାଯାଉଛି। ଧୂଆଁ ସ୍ପ୍ରେ ପାଇଁ ୩୭୫ ଟିମ୍ ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.