ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୋରି ବୁଲେଟ୍ ଚଳାଉଥିଲେ ଥାନା ବାବୁ: ୫ ବର୍ଷ ପରେ ଧରିଲା ପୋଲିସ, ହେଲେ ସସପେଣ୍ଡ୍

25/12/2020 at 4:07 PM

ପାଟଣା ୨୫/୧୨ : ବିହାରର ରାଜଧାନୀ ପାଟଣାରୁ ଚୋରି ହୋଇଥିବା ଏକ ବୁଲେଟ୍‌କୁ ଝାଡଖଣ୍ଡରୁ ଜବତ କରାଯାଇଛି । ଦୁମକା ଅଞ୍ଚଳରେ ଜଣେ ପୋଲିସ ASI ବୁଲେଟ୍‌ଟିକୁ ଚଲାଇଥିବା ବେଳେ କାବୁ କରାଯାଇଛି । ତେବେ ଚୋରି ଗାଡିକୁ ବ୍ୟବହାର କରିବା ଅଭିଯୋଗରେ ମୁଫସିଲ ଥାନାରେ କାର୍ଯ୍ୟରତ ଏଏସଆଇଙ୍କୁ ନିଲମ୍ବନ କରାଯାଇଛି । ଚୋରି ହୋଇଥିବା ବୁଲେଟ୍‌ ପାଟଣାର ଦିବାକର କୁମାରଙ୍କର ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ପାଟଣା ନିବାସୀ ଦିବାକର କୁମାରଙ୍କର ବୁଲେଟ୍‌ ପ୍ରାୟ ୫ ବର୍ଷ ପୁର୍ବେ ଚୋରି ହୋଇଯାଇଥିଲା । ଏ ନେଇ ସେ ପାଟଣା ପୋଲିସ ଷ୍ଟେସନରେ ମାମଲା ମଧ୍ୟ ରୁଜୁ କରିଥିଲେ । ଅନେକ ଦିନ ଧରି ଖୋଜା ଖୋଜି କରିବା ପରେ କୌଣସି ଟେର୍ ପାଇନଥିଲା ପୋଲିସ । ତେବେ ଦିବାକରଙ୍କୁ ଏହାର ସୂଚନା ସେତେବେଳେ ମିଳିଥିଲା ଯେତେବେଳେ ବୁଲେଟ୍‌ ସର୍ଭିସିଂ ପାଇଁ ଆସିଥିବା ବେଳେ ଚେଚିସ୍ ନମ୍ବରକୁ ଆଧାର କରି ଉକ୍ତ ସର୍ଭିସିଂ ସେଣ୍ଟରରୁ ତାଙ୍କୁ ଏକ ମେସେଜ୍ ଆସିଥିଲା ।

ଦୁମକାର ମୁଫସିଲ ଥାନାରେ କାର୍ଯ୍ୟରତ ପୋଲିସ ASI ଅଖଲାକ ଖାନ ସର୍ଭିସିଂ ପାଇଁ ବୁଲେଟକୁ ସର୍ଭିସିଂ ଏଜେନ୍ସିରେ ଦେଇଥିଲେ । ତେବେ ସର୍ଭିସିଂ ଶେଷ ହେବା ପରେ ପଞ୍ଜିକୃତ ହୋଇଥିବା ନମ୍ବର ଆଧାରରେ ବୁଲେଟର ମାଲିକଙ୍କ ପାଖକୁ ମେସେଜ ଆସିଥିଲା । ମେସେଜରେ ଲେଖାଥିଲା ଯେ, ‘ଆପଣଙ୍କ ବାଇକ ସର୍ଭିସିଂ ହୋଇସାରିଛି, ସର୍ଭସିଂ ଚାର୍ଜ ଦେଇ ଗାଡି ନେଇଯାଆନ୍ତୁ’ । ଏହି ମେସେଜ୍ ଦେଖିବା ପରେ ତଳେ ଦିଆଯାଇଥିବା ଟୋଲ ଫ୍ରି ନମ୍ବରରେ ଫୋନ କରିଥିଲେ ଦିବାକର । ସେହି ନମ୍ବରରେ ଫୋନ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା ।

ଏହା ପର ଦିବାକର ଏବାବଦରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଦେଇଥିଲେ । ଦିବାକରଙ୍କ ଅଭିଯୋଗ ପରେ ବୁଲେଟକୁ ଜବତ କରାଯାଇଛି ।  ଚୋରା ବୁଲେଟ୍‌ ଚଳାଇବା ଅଭିଯୋଗରେ  ସଂପୃକ୍ତ ASIଙ୍କୁ ନିଲମ୍ବନ କରାଯାଇଛି ।

   Related Posts