ବାରଙ୍ଗ ୧।୩: ମା’ କୋଳକୁ ଫେରିଲା ପୁଅ । ବିହାରରୁ ନିଖୋଜ ପୁଅ ମିଳିଲା ଭୁବନେଶ୍ବର ପଟିଆ ଛକରେ । ଖୋଜିଖୋଜି ପୁଅକୁ ପାଇଲେ ପରିବାର ଲୋକେ । ରାସ୍ତାରେ ପୁଅକୁ କୋଳେଇ ଭୋ ଭୋ ହୋଇ କାନ୍ଦିଲା ମା’ । ଏମିତି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ପଟିଆ ଛକ ନିକଟରେ ।
ଦୀର୍ଘ ବର୍ଷେ ଧରି ନିଖୋଜ ଥିବା ପୁଅ ରାଜନକୁ ଆଜି ପରିବାର ଲୋକେ ଖୋଜି ପାଇଛନ୍ତି । ବିହାର ବେଗୁସରାଇ ଜିଲ୍ଲାର ରାଜନ ଟ୍ରେନ୍ରୁ ନିଖୋଜ ହେବାର ପାଖାପାଖି ଏକ ବର୍ଷ ହେଲାଣି । ସେ ପଟିଆ ଛକ ନିକଟରେ ଥିବା ଏକ ହୋଟେଲରେ କାମ କରୁଥିବା ପରିବାରଲୋକ ଜାଣିବାକୁ ପାଇଥିଲେ ।
ଖବର ପାଇ କିଛି ସମାଜସେବୀ ସେଠାରେ ପହଞ୍ଚି ନାବାଳକଙ୍କ ଫଟୋ ସୋସିଆଲ ମିଡ଼ିଆ ଯୋଗେ ବିହାର ଅଞ୍ଚଳକୁ ପଠାଇଥିଲେ । ଫଟୋ ଦେଖି ପରିବାର ଲୋକେ ଭୁବନେଶ୍ୱର ସ୍ଥିତ ପଟିଆ ଛକରେ ପହଞ୍ଚିଥିଲେ । ପୁଅକୁ ପାଇ ବିହାରରୁ ଆସିଥିବା ପରିବାରରେ ଏବେ ଖୁସିର ଲହରୀ ।
You Can Read :
wp:embed {"url":"https://www.prameyanews7.com/woman-hanging-dead-body-found-in-sunduria-village-of-nayagarh/","type":"wp-embed","providerNameSlug":"prameya-news-7"}