scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିହାରରେ ଥମୁନି ‘ଅଗ୍ନିପଥ’ ହିଂସା : ବସ୍ ଓ ଟ୍ରକ୍ ଜାଳିଲେ ବିକ୍ଷୋଭକାରୀ

18/06/2022 at 8:44 AM

ନୂଆଦିଲ୍ଲୀ ୧୮/୦୬: ବିହାରରେ ଅଗ୍ନିପଥ ଯୋଜନାକୁ ନେଇ ହିଂସା ଥମିବାର ନାଁ ନେଉନାହିଁ । ଶୁକ୍ରବାର ବିକ୍ଷୋଭକାରୀମାନେ ୩ରୁ ଅଧିକ ଟ୍ରେନରେ ନିଆଁ ଲଗାଇବା ସହ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ । ଶନିବାର ମଧ୍ୟ ଯୁବକମାନେ ଜହାନାବାଦରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।

ଜାହାନାବାଦ ଜିଲ୍ଲାର ଟେହଟାରେ ବିକ୍ଷୋଭକାରୀ ଏକ ଟ୍ରକ୍ ଓ ବସରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ଟେହଟା ଆଉଟ୍ ପୋଷ୍ଟ ନିକଟରେ ଘଟିଛି । ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ପଥର ମାଡ ମଧ୍ୟ କରିଛନ୍ତି । ଖବର ପାଇ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଁଚିଛନ୍ତି ।

ଇଣ୍ଟରନେଟ୍ ବନ୍ଦ

ବିହାରର ୧୨ ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କରି ଦିଆଯାଇଛି । ହରିୟାଣାର ଏକ ଜିଲ୍ଲାରେ ଇଣ୍ଟରନେଟ୍ ସହ ଏସଏମଏସ ସେବା ବି ବନ୍ଦ କରାଯାଇଛି । ଏହାମଧ୍ୟରେ ବିହାରର ବିଭିନ୍ନ ଛାତ୍ର ସଙ୍ଗଠନ ଶନିବାର ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି । ବନ୍ଦକୁ ଆରଜେଡି, ଏଚଏଏମ୍ ଓ ଭିଆଇପି ଦଳ ସମର୍ଥନ କରିଛନ୍ତି ।

ରାଜନାଥ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଏସବୁ ମଧ୍ୟରେ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଏଥିରେ ଅଗ୍ନିପଥ ଯୋଜନାକୁ ନେଇ ହେଉଥିବା ବିକ୍ଷୋଭ ବାବଦରେ ଆଲୋଚନା ହୋଇପାରେ ।

୨୬୦ ଗିରଫ

ସେପଟେ ବିରୋଧ ପ୍ରଦର୍ଶନ ବେଳେ ହିଂସାକାଣ୍ଡ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ବିହାର, ହରିୟାଣା, ତେଲେଙ୍ଗାନା ସହ ଅନେକ ରାଜ୍ୟରେ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୨୬୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

   Related Posts