Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ନିଶାରେ ଚୁର୍ ବର, ମଦ ପିଇବା ପରେ ଭୁଲିଗଲା କନିଆ ଘର…

18/03/2023 at 12:08 PM

ପାଟଣା ୧୮।୦୩ : ବିବାହକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । କେତେବେଳେ ବେଦୀରେ କନିଆ ପହଞ୍ଚୁନି ତ, ଆଉ କେତେବେଳେ ବେଦୀରେ ହିଁ ଶୋଇପଡୁଛି କନିଆ । କିନ୍ତୁ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ବେଶ୍ ଚର୍ଚ୍ଚାରେ ରହିଛି । କଥା କଣ କି ମଦ ନିଶାରେ ନିଜ ବିବାହରେ ହିଁ ପହଞ୍ଚିଲାନି ବର । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ଭାଗଲପୁରର ସୁଲତାନଗଞ୍ଜରେ ।

ଖବର ଅନୁଯାୟୀ, ସୁଲତାନଗଞ୍ଜର ଏକ ଗାଁରେ ସୋମବାର ଧୁମଧାମର ଏକ ବିବାହର ଆୟୋଜନ କରାଯାଇଥିଲା । କହଲଗାଁକୁ ଅତିଚକ ଗାଁରୁ ବରଯାତ୍ରୀ ଆସିଥିଲା । କିନ୍ତୁ ବିବାହ ପୂର୍ବରୁ ବର ହିଁ ନିଶାରେ ଚୁର ହୋଇଗଲା ଏବଂ ଝିଅ ଘରରେ ପହଞ୍ଚିନଥିଲେ ବରଯାତ୍ରୀ । ଏପଟେ ବିବାହ ପାଇଁ ଅପେକ୍ଷା କରି ରହିଥିଲେ କନ୍ୟାପକ୍ଷ । ଏମିତିକି ମଙ୍ଗଳବାର ଯାଏଁ ମଧ୍ୟ ପହଞ୍ଚିନଥିଲା ବରଯାତ୍ରୀ । କିନ୍ତୁ ଯେତେବେଳେ ବରର ହୋସ୍ ଆସିଥିଲା, ସେତେବେଳେ ସେ ପରିବାରର କହିବା ଯୋଗୁଁ ମଙ୍ଗଳବାର ମଧ୍ୟାହ୍ନରେ ସହଯୋଗୀଙ୍କ ସହ ଝିଅ ଘରେ ପହଞ୍ଚିଥିଲା ବର ।

ଏପଟେ ଯୁବକର ଏପରି କାରନାମା ଦେଖି ବିବାହ କରିବାକୁ ମନା କରିଦେଲା ଝିଅ । ଏହାପରେ ଝିଅ ଘର ପରିବାର ଲୋକ ପୁଅ ଘର ଲୋକଙ୍କୁ ବନ୍ଧକ ରଖି ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କା ଫେରସ୍ତ ପାଇଁ ଦାବି କରିଛନ୍ତି । ସ୍ଥିତି ଏପରି ହୋଇଥିଲା ଯେ କିଛି ସହଯୋଗୀ ଟଙ୍କା ଆଣିବାକୁ କହଲଗାଁକୁ ମଧ୍ୟ ଯାଇଥିଲେ । ତେବେ ସ୍ଥିତି ଅଧିକ ଖରାପ ହେବା ପରେ ଏନେଇ ପୋଲିସକୁ ଦିଆଯାଇଥିଲା । ଏହାପରେ ଏକ ଚୁକ୍ତି ହୋଇଥିଲା ଏବଂ ବିବାହ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ପରେ ବନ୍ଧକ ବର ଏବଂ ତାଙ୍କ ସହକର୍ମୀଙ୍କୁ ମୁକ୍ତ କରାଯାଇଥିଲା ।

   Related Posts