ବିହାର ମଦମୃତ୍ୟୁରେ ଲାଗୁନି ବ୍ରେକ୍, ୬୦ରୁ ଅଧିକ ଗଲାଣି ଜୀବନ, ଏବେବି ଅନେକ ସଂକଟାପନ୍ନ

Published By : Prameya-News7 Bureau | December 16, 2022 IST

ପାଟନା: ମଦ ବନ୍ଦ ରାଜ୍ୟରେ ଲଗାତାର ବଢୁଛି ମଦ ମୃତ୍ୟୁ ମାମଲା । ବିହାରରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୬୦ରେ ପହଞ୍ଚିଛି । ସିଓ୍ବାନ ଜିଲ୍ଲାରୁ ପୁଣି ୫ଜଣ ପ୍ରାଣହରାଇଥିବା ଖବର ଆସିଛି । ସେହିପରି ବେଗୁସରାଇ ଜିଲ୍ଲାରୁ ଗୋଟିଏ ମାମଲା ସାମ୍ନାକୁ ଆସିଛି । ବିଷାକ୍ତ ମଦ ପିଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଜୀବନ ସହିତ ସଂଘର୍ଷ କରୁଛନ୍ତି ।   

ସୂଚନା ଅନୁଯାୟୀ, ବିହାରରେ ଦିନକୁ ଦିନ ବଢୁଛି ମଦ ମୃତ୍ୟୁ ମାମଲା । ମଦବନ୍ଦୀ ରାଜ୍ୟରେ ମଦମୃତ୍ୟୁକୁ ନେଇ ହରଡ଼ଘଣାରେ ପଡ଼ିଯାଇଛନ୍ତି ସରକାର । ଶୁକ୍ରବାର ସିଓ୍ବାନ ଜିଲ୍ଲାରୁ ପୁଣି ୫ଜଣଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ସେହିପରି ବେଗୁସରାଇରୁ ୨ଟି ମାମଲା ସାମ୍ନାକୁ ଆସିଛି । ବୁଧବାର ୨ଜଣ ଯୁବକ ବିଷାକ୍ତ ମଦ ପିଇଥିଲେ । ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଘନଶ୍ୟାମ ପୋଦାରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ହସ୍ପିଟାଲରେ ଜୀବନ ସହିତ ସଂଘର୍ଷ କରୁଛନ୍ତି ।

ସେପଟେ ଘନଶ୍ୟାମ ପୋଦାରଙ୍କ ମୃତଦେହକୁ ପୋଷ୍ଟମର୍ଟମ ନକରି ଅନ୍ତିମ ସଂସ୍କାର କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ମୃତଙ୍କ ଭଉଣୀ କହିଛନ୍ତି, ପୋଲିସ ଏହାକୁ ଯୋଜନାବଦ୍ଧ ଭାବେ କରିଛି । ଅନ୍ୟପଟେ ବେଗୁସରାଇ ଏପ୍ସି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ୨ ଯୁବକ ରସାୟନିକ ପଦାର୍ଥ ମିଶା ବିଷାକ୍ତ ମଦ ପିଇଥିଲେ । ଏହାର ଫରେନ୍ସିକ୍ ଯାଞ୍ଚ ଜାରି ରହିଛି । ରିପୋର୍ଟ ଆସିଲା କେଉଁ କାରଣରୁ ମୃତ୍ୟୁ ହୋଇଛି ସ୍ପଷ୍ଟ ହେବ ।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.