suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଲିଙ୍ଗ ପରିବର୍ତ୍ତନ ପାଇଁ ମିଳିବ ଦେଢ ଲକ୍ଷ ଟଙ୍କାର ସହାୟତା, ଘୋଷଣା କଲେ ସରକାର

15/07/2019 at 3:44 PM

ସୁପ୍ରିମ କୋର୍ଟ ସମଲିଂଗି ବିବାହକୁ ସ୍ବୀକୃତି ଦେଇସାରିଛନ୍ତି । ନିର୍ବାଚନ କମିଶନ ମଧ୍ୟ ଭୋଟ ଦେବା କ୍ଷେତ୍ରରେ ତୃତୀୟ ଲିଂଗି ସ୍ବତନ୍ତ୍ର ବର୍ଗ ହିସାବରେ ଗ୍ରହଣ କରିଛନ୍ତି । ତୃତୀୟ ଲିଂଗିମାନେ ଏକଦା ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏବେ ସେମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ସୁବିଧାମାନ ପ୍ରଦାନ କରୁଛନ୍ତି । ଏ କ୍ଷେତ୍ରରେ ବିହାର ସରକାର ଏକ ପାଦ ଆଗକୁ ଯାଇଛନ୍ତି ।
ବିହାର ସରକାର ରାଜ୍ୟ କିନ୍ନର କଲ୍ୟାଣ ବୋର୍ଡ ତିଆରି କରିଛନ୍ତି। କିନ୍ନରମାନଙ୍କ ରକ୍ଷା କରିବା ପାଇଁ ସରକାର ଏହି ଯୋଜନା କରିଛନ୍ତି। ଯଦି କୌଣସି ବ୍ୟକ୍ତି ଲିଙ୍ଗ ପରିବର୍ତ୍ତନ କରେ ତାହେଲେ ସରକାର ଦେଢ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ। ଏହି ବିଷୟରେ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ନିଜେ ଘୋଷଣା କରିଛନ୍ତି। ପ୍ରେମଚନ୍ଦ ରଙ୍ଗଶାଲାରେ ଆୟୋଜିତ ହୋଇଥିବା କିନ୍ନର ମହୋତ୍ସବରେ ଏହା ଘୋଷଣା କରାଯାଇଛି।
ମହୋତ୍ସବର ଉଦ୍‌ଘାଟନ କରିବା ସମୟରେ ଉପ ମୁଖ୍ୟମନ୍ତ୍ରୀ ଏକ ବିଶେଷ ସୂଚନା ମଧ୍ୟ ଦେଇଥିଲେ। ସେ କହିଥିଲେ ଯେ, ଯଦି କୌଣସି ଲୋକ କିନ୍ନରମାନଙ୍କୁ ଘର ଭଡା ଦେବା ପାଇଁ ମନା କରେ, ସ୍ବାସ୍ଥ୍ୟ ସମ୍ବନ୍ଧିତ ସୁବିଧା ଦେବା ପାଇଁ ମନା କରେ ବା ଅନ୍ୟାନ୍ୟ ଜିନିଷରେ ଭେଦଭାବ କରେ ତାହେଲେ ତାଙ୍କୁ ୬ମାସରୁ ନେଇ ୨ ବର୍ଷ ଯାଏଁ ଜେଲ ଦଣ୍ଡ ହେବ। ଅନ୍ୟ ରାଜ୍ୟରେ କିନ୍ନରମାନଙ୍କୁ କେଉଁ କେଉଁ ସୁବିଧା ଦିଆଯାଉଛି ସେହି ବିଷୟରେ ବୋର୍ଡ ସମୀକ୍ଷା କରିବ ବୋଲି ସେ କହିଛନ୍ତି।
    
 

   Related Posts